ପୁଣି ଧରାହେଲା ଦେଶର ଶତ୍ରୁ, ସେନାର ତଥ୍ୟ ଲିକ୍ ଅଭିଯୋଗରେ ରାଜସ୍ଥାନରେ ଗୁପ୍ତଚର ଗିରଫ

ପାକ୍ ଆଇଏସଆଇ ସହ ଥିଲା ଲିଙ୍କ୍ । ଗୁରୁତ୍ବପୂର୍ଣ୍ଣ ତଥ୍ୟ କରୁଥିଲା ବିକ୍ରି ।

ଆଉ ଜଣେ ଗୁପ୍ତଚର ଗିରଫ

ଆଉ ଜଣେ ଗୁପ୍ତଚର ଗିରଫ Photograph: (Kanaknews)

 କନକ ବ୍ୟୁରୋ:  ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ଧରା ପଡ଼ି ଗଲେ ଜେଲ୍‌ । ରାଜସ୍ଥାନ ଜୈସାଲମେର୍‌ରେ ଘଟିଛି ଘଟଣା । ଶତ୍ରୁଦେଶ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ରାଜସ୍ଥାନର ବ୍ୟକ୍ତି ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ନାମ ହାନିଫ୍‌ ଖାନ । ସେ ଜୈସାଲମେର୍‌ର ବାସିନ୍ଦା । ତାଙ୍କ ବିରୋଧରେ ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ, ୧୯୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ଚଳିତ ବର୍ଷ ଜୈସାଲମେର୍‌ରୁ ଗୁଇନ୍ଦାଗିରି ଅଭିଯୋଗରେ ଏହା ୪ର୍ଥ ମାମଲା ।

ହାନିଫ୍‌, ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିଲେ । ତଦନ୍ତରୁ ଜଣାପଡ଼ିଛି ଯେ, ହାନିଫ୍‌ ନିୟମିତ ଭାବେ ଆଇଏସ୍‌ଆଇ ସହ ଯୋଗାଯୋଗରେ ଥିଲେ । କିଛିଟା ଟଙ୍କା ବଦଳରେ ସେ ସେନାର ଗତିବିଧି ସମ୍ପର୍କିତ ତଥ୍ୟ ଦେବାକୁ ପଛାଇନଥିଲେ । ଅପରେସନ୍‌ ସିନ୍ଦୂର ସମୟରେ ସେନାର ଗତିବିଧି ସମ୍ପର୍କିତ ତଥ୍ୟ ପାକିସ୍ତାନକୁ ପଠାଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe