ଦିଲ୍ଲୀରେ ଆଇଏସ୍‌ଆଇର ଅସ୍ତ୍ର ଚାଲାଣ ନେଟୱର୍କ ଠାବ; ପାକିସ୍ତାନରୁ ଡ୍ରୋନ୍‌ରେ ଆସୁଥିଲା ବନ୍ଧୁକ

ଡ୍ରୋନ୍ ଯୋଗେ ଆସୁଥିଲା ହାଇଟେକ୍ ଅସ୍ତ୍ର, ଲରେନ୍ସ ଗ୍ୟାଙ୍ଗକୁ କରାଯାଉଥିଲା ସପ୍ଲାଇ । ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ଆଜି ଏକ ବଡ଼ ସଫଳତା ହାସଲ କରିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଏକ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚାଲାଣ ନେଟୱର୍କର ପର୍ଦ୍ଦାଫାସ୍ କରିଛି ପୁଲିସ ।

ISI LINKD

ISI LINKD Photograph: (Kanak news)

କନକ ବ୍ୟୁରୋ:ଦିଲ୍ଲୀରେ ଧରାପଡ଼ିଲା ଆଇଏସଆଇ ସହ ସମ୍ପର୍କ ଥିବା ବଡ଼ ଅସ୍ତ୍ରଶସ୍ତ୍ର ଚାଲାଣର ନେଟୱର୍କ । ଡ୍ରୋନ୍ ଯୋଗେ ଆସୁଥିଲା ହାଇଟେକ୍ ଅସ୍ତ୍ର, ଲରେନ୍ସ ଗ୍ୟାଙ୍ଗକୁ କରାଯାଉଥିଲା ସପ୍ଲାଇ । ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ଆଜି ଏକ ବଡ଼ ସଫଳତା ହାସଲ କରିଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଏକ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚାଲାଣ ନେଟୱର୍କର ପର୍ଦ୍ଦାଫାସ୍ କରିଛି ପୁଲିସ । ଏହି ମାମଲାରେ ଚାରିଜଣ ଦୁର୍ଦ୍ଦାନ୍ତ ବନ୍ଧୁକ ତସ୍କରଙ୍କୁ ଗିରଫ କରାଯାଇଛି । 

କ୍ରାଇମ୍ ବ୍ରାଞ୍ଚ୍ ସୂଚନା ଦେଇଛି ଯେ, ଅଭିଯୁକ୍ତମାନେ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ବିଭିନ୍ନ ହାଇଟେକ୍ ଅସ୍ତ୍ରଶସ୍ତ୍ର ମଗାଉଥିଲେ। ସେମାନେ ମୁଖ୍ୟତଃ ଦେଶର ଲରେନ୍ସ ବିଷ୍ଣୋଇ ଓ ଗୋଗିଙ୍କ ଭଳି ବଡ଼ ଗ୍ୟାଙ୍ଗଷ୍ଟରମାନଙ୍କୁ ଏହି ମାରଣାସ୍ତ୍ର ଯୋଗାଉଥିଲେ । ଏହି ନେଟୱର୍କର ସିଧାସଳଖ ଆଇଏସଆଇ ସହ ସମ୍ପର୍କ ରହିଛି । ଯାହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ବଡ଼ ଚିନ୍ତାଜନକ ବିଷୟ । ପୁଲିସ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି । ଏହି ନେଟୱର୍କର ଅନ୍ୟାନ୍ୟ ଲିଙ୍କ୍ ଉପରେ ଅଧିକ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ--ଦାୟିତ୍ବ ଭୁଲି ଦେଶଦ୍ରୋହୀ ସାଜୁଛନ୍ତି ଡାକ୍ତର; ସୁପ୍ରିମକୋର୍ଟରେ ଆଇନଜୀବୀଙ୍କ ବଡ଼ ଯୁକ୍ତି

ଦିଲ୍ଲୀରେ ଧରାପଡ଼ିଥିବା ଅସ୍ତ୍ରଶସ୍ତ୍ର ନେଟୱର୍କର ଆଇଏସ୍‌ଆଇ ସହ ସମ୍ପର୍କ  
୪ ଜଣ ଅସ୍ତ୍ର ତସ୍କରଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ୍
ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ହାଇଟେକ୍ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିଲା
ଲରେନ୍ସ ବିଷ୍ଣୋଇ ଓ ଗୋଗି ଭଳି ବଡ଼ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଉଥିଲା
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଗୁରୁତର ବିପଦ 
ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe