କନକ ବ୍ୟୁରୋ : ଦିଲ୍ଲୀରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟ ଗିରଫ । ଅଭିଯୁକ୍ତ ଫୋନ ସିମ କାର୍ଡ ନେପାଳ ରାସ୍ତା ଦେଇ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗିରଫ ହୋଇଛି । କିଛି ଦିନ ପୂର୍ବରୁ ନେପାଳ ଦେଇ ଉତ୍ତରପ୍ରଦେଶ ପରେ ଦିଲ୍ଲୀରେ ରହିଆସୁଥିଲା ଅଭିଯୁକ୍ତ ପ୍ରଭାତ କୁମାର ଚୌରାସିଆ । ଅଗଷ୍ଟ ୨୮ରେ ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସ୍କ୍ବାଡ ଅଭିଯୁକ୍ତ ଧରିବାକୁ ଯୋଜନା କରିବା ପରେ ଗିରଫ କରିଛି । ନିଜ ନାଁରେ ୧୬ଟି ସିମ କାର୍ଡ କିଣି ପାକିସ୍ତାନରେ ବସିଥିବା ଆଇଏସଆଇ ଏଜେଣ୍ଟକୁ ପଠାଉଥିଲା ସବୁଠୁ ବଡ କଥା ହେଉଛି ଏହି ଫୋନ ସିମକୁ ବ୍ୟବହାର କରି ଆଏସଆଇ ଏଜେଣ୍ଟ ନିଜକୁ ଭାରତୀୟ ପରିଚୟ ଦେଇ ଭାରତର ଅନେକ ତଥ୍ୟ ଉଗାରୁଥିଲେ ।