ଆଇପିଏଲ ୨୦୨୫ର ପ୍ରଥମ ଶତକ: ଇଶାନ କିଷାନଙ୍କ ବ୍ୟାଟରୁ ବିସ୍ଫୋରକ ସେଞ୍ଚୁରୀ

ଆଇପିଏଲ ୨୦୨୫ରେ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଆଜି ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଜାରି ରହିଛି । ପ୍ରଥମ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ଖେଳିଥିଲା ।

DWDW

Photograph: (KANAK NEWS)

କନକ ବ୍ୟୁରୋ: ଆଇପିଏଲ ୨୦୨୫ରେ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଆଜି ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ଖେଳିଥିଲା । ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଏକପ୍ରକାର ଦୁର୍ଦ୍ଦଶ ମୁଡରେ ରହିଥିଲେ । ଇଶାନ କିଷାନ ଆରମ୍ଭରୁ ଶେଷ ଯାଏଁ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଏହା ଇଶାନ କିଷାନଙ୍କ ଆଇପିଏଲରେ ପ୍ରଥମ ଶତକ । ସେହିପରି ଚଳିତ ଆଇପିଏଲରେ ବି ଏହା ପ୍ରଥମ ଶତକ । 

ରାଜସ୍ଥାନ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇ ପାରିନଥିଲା । ରାଜସ୍ଥାନ ବୋଲରଙ୍କ ଉପରେ ପ୍ରବଳ ଛକା ଚୌକା ବର୍ଷା କରିଥିଲେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଦଳ ୨୦ ଓଭରେ ୬ ଓ୍ୱିକେଟ ହରାଇ ୨୮୬ ରନ କରିଛି । ସେହିପରି ଦଳ ପକ୍ଷରୁ ଇଶାନ କିଷାନ ୧୦୬, ଟ୍ରାଭିସ ହେଡ୍ ୬୭ ରନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe