କନକ ବ୍ୟୁରୋ: ମଲ୍ଟି କଲଚରାଲ୍ ପରିବାରରେ ବଢ଼ିଛନ୍ତି ଅଭିନେତ୍ରୀ ଈଶା ଦେଓଲ । ମା’ ହେମା ମାଳିନୀ ଜଣେ ଦକ୍ଷିଣ ଭାରତୀୟ ହୋଇଥିବାବେଳେ ବାପା ଧର୍ମେନ୍ଦ୍ର ପଞ୍ଜାବୀ । ତେଣୁ ଈଶାଙ୍କ ଖାଇବା ପିଇବା , ଚଳଣି ବହୁବିଧ ସାଂସ୍କୃତିକ ଧାରା ଦ୍ବାରା ପ୍ରଭାବିତ ହୋଇଛି । ପିଲାବେଳେ ଇଡଲି, ସାମ୍ବର, ଦୋସାର ମଜା ନେଇଛନ୍ତି ବୋଲି କହିଛନ୍ତି ଈଶା ।

Advertisment

ଏକ ସାକ୍ଷାତକାରରେ ଈଶା କହିଛନ୍ତି, ’ ମୁଁ ପିଲାବେଳୁ ସାଉଥ୍ ଇଣ୍ଡିଆନ୍ ଖାଦ୍ୟ ଖାଇ ବଢ଼ିଛି । ଏବେ ମୋ ଦୁଇ ଝିଅ ରାଧ୍ୟା ଓ ମିରାୟା ବି ମୋ ପରି ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ମୋତେ ଦହି , ଭାତ ବି ଖାଇବାକୁ ବହୁତ ଭଲଲାଗେ । ମୋ କିଚେନରେ ସପ୍ତାହକୁ ତିନି ଚାରି ଦିନ ସାଉଥ୍ ଇଣ୍ଡିଆନ୍ ନିରାମିଷ ଖାଦ୍ୟ ରାନ୍ଧେ’ । ଏଥିରେ ଅଧିକାଂଶ ଇଡଲି, ସାମ୍ବର, ଚଟନି ଓ ଦୋସା ବନାଯାଏ’ ।

ss

ଈଶା ଆହୁରି ମଧ୍ୟ କହିଛନ୍ତି ’ବାପା ଧର୍ମେନ୍ଦ୍ର ନନ୍- ଭେଜିଟେରିୟାନ୍ ହୋଇଥିବାବେଳେ ମା’  ପୂରା ଭେଜିଟେରିଆନ୍ । କିନ୍ତୁ ବାପା ସବୁବେଳେ ମଆଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତି । ସେ ବାହାରେ ଥିବାବେଳେ ଆମିଷ ଖାଉଥିଲେ ବି ଘରେ ଥିବା ସମୟରେ ହେଉ ବା ମାଆଙ୍କ ସହ ଯୁଆଡ଼େ ଯାଉଥିଲେ ନିରାମିଷ ସାଦା ଖାଦ୍ୟ ହିଁ ଖାଆନ୍ତି । କହିବାକୁ ଗଲେ ମାଆଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ବାପା ଅଧାରୁ ଅଧିକ ନିରାମିଷ ପାଲଟିଯାଇଥିଲେ’ ।