କନକ ବ୍ୟୁରୋ : ବାଂଲାଦେଶ ଇସ୍କନର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ ଘଟଣାରେ ଭାରତର ତୀବ୍ର ପ୍ରତିକ୍ରିୟା । ବାଂଲାଦେଶ ସରକାରଙ୍କୁ ଦେଶର ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଘଟଣାକୁ ନିନ୍ଦା କରିବା ସହ ବାଂଲାଦେଶରେ ବଢୁଥିବା ହିଂସା ଚିନ୍ତାଜନକ ବୋଲି ଏମଇଏ କହିଛି । ତେବେ ଗତକାଲି ଇସ୍କନ ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା ,ଯାହାର ନେତ୍ତ୍ବତ୍ବ ଚିନ୍ମୟ ଦାସ ନେଉଥିଲେ । ଏହି ଘଟଣା ପରେ ଚିନ୍ମୟଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛନ୍ତି। ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି କୋଲକାତାରେ ଜୋରଦାର ବିକ୍ଷୋଭ କରିଛି । ପ୍ରଦେଶ ବିଜେପି ଅଧ୍ୟକ୍ଷକଙ୍କ ନେତୃତ୍ବରେ କୋଲକାତାରେ ଆଜି ବିକ୍ଷୋଭ କରାଯାଇଛି ।
ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫ ଘଟଣା । ବାଂଲାଦେଶକୁ ଭାରତର ସମାଲୋଚନା
ତେବେ ଗତକାଲି ଇସ୍କନ ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସଙ୍କୁ ଢାକା ବିମାନ ବନ୍ଦରରେ ଗିରଫ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା ,ଯାହାର ନେତ୍ତ୍ବତ୍ବ ଚିନ୍ମୟ ଦାସ ନେଉଥିଲେ ।