କନକ ବ୍ୟୁରୋ: ଏପ୍ରିଲ ପହିଲାରୁ ଲାଗୁ ହେବ ନିୟମ । ଏଣିକି ରାସ୍ତାକୁ ଆପଣ ନିଜର ପୁରୁଣା ଗାଡ଼ିକୁ ବାହାର କରିପାରିବେ ନାହିଁ । ଅର୍ଥାତ୍ ପୁରୁଣା ଗାଡ଼ି ଥିଲେ ବି ଆପଣ ଚଲାଇପାରିବେ ନାହିଁ । କାରଣ ଗାଡ଼ିରେ ତେଲ ଭର୍ତ୍ତି କରିବେନି ପେଟ୍ରୋଲ ପମ୍ପର କର୍ମଚାରୀ । ଏମିତି ନିର୍ଦ୍ଦେଶନାମା ଜାରି ହେବା ପରେ ପୂରା ଚିନ୍ତାରେ ପୁରୁଣା ଗାଡ଼ି ମାଲିକ । ସ୍ଥିତି ଏବେ ଏମିତି କେବଳ ପୁରୁଣା ଗାଡ଼ି ଯିବ କବାଡ଼ ଦୋକାନ । ତେବେ ଜାଣନ୍ତୁ କେଉଁ କେଉଁ ଅଂଚଳରେ ଲାଗୁ ହେଲା ଏହି ନୂଆ ନିୟମ…
କାଲିଠୁ ପୁରୁଣା ଗାଡ଼ିକୁ ପେଟ୍ରୋଲ ପମ୍ପ ମନା
ଗାଡ଼ି ନେଲେ ବି ତେଲ ମିଳିବନି
ଜାରି ହେଲା ନୂଆ ନିର୍ଦ୍ଦେଶନାମା
ବଦଳିଲା ତେଲ ପକାଇବାର ନିୟମ
ମାଗୁଥିଲେ ବି ପେଟ୍ରୋଲ ମିଳିବ ନାହିଁ
ପ୍ରତି ମାସ ୧ ତାରିଖରେ ଅନେକ ନିୟମରେ ପରିବର୍ତ୍ତନ ହେଉଛି । ହେଲେ କାଲିଠୁ ଯେଉଁ ନିୟମରେ ପରିବର୍ତ୍ତନ ହେଉଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ପୁରୁଣା ଗାଡ଼ି ଥିଲେ ଆପଣଙ୍କୁ ହଇରାଣ ହେବାକୁ ପଡ଼ିବ । ନୂଆ ନିୟମ ଅନୁସାରେ, ପୁରୁଣା ଗାଡ଼ିରେ ତେଲ ଭର୍ତ୍ତି କରିବେ ନାହିଁ ପେଟ୍ରୋଲ ପମ୍ପର କର୍ମଚାରୀ । ଖାଲି ଯେ ପେଟ୍ରୋଲ ମିଳିବ ନାହିଁ ତାହା ନୁହେଁ ବରଂ ଡିଜେଲ ବି ମିଳିବ ନାହିଁ । କେବଳ ଏତିକି ନୁହେଁ, ସେହି ପୁରୁଣା ଯାନଗୁଡ଼ିକ ଉପରେ ମଧ୍ୟ ନଜର ରଖାଯିବ । ଏହାର ଅର୍ଥ, ଯଦି NGTର ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କର ପାଖରେ ପୁରୁଣା ଗାଡ଼ି ଅଛି, ତେବେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ।
ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଜାରି ହୋଇଛି ନିୟମ
ପୁରୁଣା ଗାଡ଼ି ଉପରେ ତୀକ୍ଷ୍ମ ନଜର
ରାଜଧାନୀ ଦିଲ୍ଲୀରେ କେଉଁ ମାତ୍ରାରେ ପ୍ରଦୂଷଣ ବଢିବାରେ ଲାଗିଛି ତାହା ଆପଣମାନେ ଜାଣନ୍ତି । ସେଇଥି ଲାଗି ତ ଦିଲ୍ଲୀ ସରକାର ଅଡ୍ ଓ ଇଭେନ୍ ନମ୍ବରରେ ଗାଡ଼ି ଚାଳନା କରୁଛନ୍ତି । ଏବେ ପୁଣି ଥରେ ରାସ୍ତାରୁ ପୁରୁଣା ଗାଡ଼ ହଟାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ସରକାରଙ୍କ ନିଷ୍ପତ୍ତି ପରେ ବି ଅନେକ ମାତ୍ରାରେ ପୁରୁଣା ଗାଡ଼ି ରାସ୍ତାରେ ଗଡ଼ୁଛି । ତେଣୁ ସେହି ଗାଡ଼ିକୁ ହଟାଇବାକୁ ପେଟ୍ରୋଲ ବନ୍ଦ କରିଛନ୍ତି ସରକାର । ଏଥିପାଇଁ ପେଟ୍ରୋଲ ପମ୍ପ ଅପରେଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।
ସେପଟେ,ରାଜଧାନୀ ଦିଲ୍ଲୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡି ଚିହ୍ନଟ ପକ୍ରିୟା ବି ଆରମ୍ଭ ହୋଇଯାଇଛି । ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି । ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ । NGTର ନିର୍ଦ୍ଦେଶ ଅନୁଯାୟୀ, ରାଜଧାନୀରେ ୧୦ ବର୍ଷର ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷର ପୁରୁଣା ପେଟ୍ରୋଲ ଯାନକୁ ନିଷିଦ୍ଧ କରାଯାଇଛି । ପରିବହନ ବିଭାଗର ଡାଟାବେସରୁ ସେଗୁଡ଼ିକୁ ହଟାଇ ଦିଆଯାଇ ସେ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହା ପରେ ବି ଯଦି ଗାଡ଼ି ଚାଳକ ନିୟମ ନମାନନ୍ତି ତେବେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।