ଯୁଦ୍ଧରେ ୟୁକ୍ରେନ ବ୍ୟବହାର କରୁଛି କି ଭାରତୀୟ ଗୁଳିଗୋଳା । ୟୁରୋପୀୟ ଗ୍ରାହକ କିଣି ଦେଉଛନ୍ତି ଯୁଦ୍ଧ ଭୂମିକୁ

Advertisment

ଅଭିଯୋଗ ହୋଇଛି ଯେ, ଭାରତୀୟ ଗୋଳିଗୋଳା ନିର୍ମାଣ କାରୀ କମ୍ପାନୀମାନେ ୟୁରୋପକୁ ଯେଉଁ ଅସ୍ତ୍ରଶସ୍ତ୍ର ପଠାଇଥିଲେ, ସେଠାକାର ଗ୍ରାହକମାନେ ତାକୁ ୟୁକ୍ରେନକୁ ପଠାଇଦେଇଛନ୍ତି। ତେବେ ଏପରି ଅଭିଯୋଗକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।  ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏପରି ଅଭିଯୋଗ ଭିତ୍ତିହୀନ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଆସିଛି। ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ରାସ୍ତା ଖୋଜିବାକୁ ଉଭୟ ଦେଶଙ୍କୁ ପରାମର୍ଶ ଦେଇଆସିଛି। 

464

କନକ ବ୍ୟୁରୋ :  ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨ ବର୍ଷ ପୁରିସାରିଥିଲେ ବି ସମାଧାନର କିଛି ରାସ୍ତା ଦେଖାଯାଉନି। ଏପରି ସମୟରେ ଭାରତ ଶାନ୍ତି ଫେରାଇ ଆଣିବାକୁ ମଧ୍ୟସ୍ଥତା କରିବାକୁ ରାଜି ହୋଇଛି। ଆଉ ଏନେଇ ପ୍ରୟାସ ଆରମ୍ଭ କରିଛି। ଠିକ୍ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଭାରତ ବିରୋଧରେ ଅଭିଯୋଗ ଆସିଛି। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ୟୁକ୍ରେନ ଯାଉଥିବା ଓ ଆଉ ଏହା ରୁଷ୍ ବିରୋଧରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଖୁବ୍ ସାଂଘାତିକ କାରଣ, ରୁଷ୍ ଭାରତର ଘନିଷ୍ଠ ବନ୍ଧୁ ରାଷ୍ଟ୍ର। ତେଣୁ ଭାରତ ନିଜ ବନ୍ଧୁ ରାଷ୍ଟ୍ର ରୁଷକୁ କେବେ ହେଲେ ନାରାଜ କରିବାକୁ ଚାହିଁବ ନାହିଁ। ଅଭିଯୋଗ ହୋଇଛି ଯେ, ଭାରତୀୟ ଗୋଳିଗୋଳା ନିର୍ମାଣ କାରୀ କମ୍ପାନୀମାନେ ୟୁରୋପକୁ ଯେଉଁ ଅସ୍ତ୍ରଶସ୍ତ୍ର ପଠାଇଥିଲେ, ସେଠାକାର ଗ୍ରାହକମାନେ ତାକୁ ୟୁକ୍ରେନକୁ ପଠାଇଦେଇଛନ୍ତି। ତେବେ ଏପରି ଅଭିଯୋଗକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।  ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏପରି ଅଭିଯୋଗ ଭିତ୍ତିହୀନ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଆସିଛି। ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ରାସ୍ତା ଖୋଜିବାକୁ ଉଭୟ ଦେଶଙ୍କୁ ପରାମର୍ଶ ଦେଇଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe