କନକ ବ୍ୟୁରୋ : ଉତ୍ତର ପ୍ରଦେଶର ହାପୁଡ଼ରୁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ମାମଲା ସାମ୍ନାକୁ ଆସିଛି । ପେଟରେ ପ୍ରବଳ ଯନ୍ତ୍ରଣା ହେବା କାରଣରୁ ଜଣେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯୁବକଙ୍କ ପେଟରୁ ଗୋଟିଏ କି ଦୁଇଟି ନୁହେଁ ବରଂ ୨୯ଟି ଷ୍ଟିଲ୍ ଚାମଚ ଏବଂ ୧୯ଟି ଟୁଥବ୍ରଶ୍ ବାହାର କରାଯାଇଥିଲା । ଏହା ଶୁଣି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
/filters:format(webp)/kanak/media/media_files/2025/09/27/spoon-in-stomach-2025-09-27-14-44-51.jpg)
ଏହି ଆଶ୍ଚର୍ଯ୍ୟଜନକ ମାମଲା ହାପୁଡ଼ର ଦେବ ନନ୍ଦିନୀ ଡାକ୍ତରଖାନାର । ବୁଲନ୍ଦଶହରର ୩୫ ବର୍ଷୀୟ ସଚିନ ସବୁବେଳେ ମଦ୍ୟପାଦ କରୁଥିଲେ, ଯାହାକୁ ନେଇ ତାଙ୍କ ପରିବାର ଚିନ୍ତିତ ଥିଲେ । ପରିବାର ଲୋକେ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ସଚିନଙ୍କୁ ଏହା ପସନ୍ଦ ନଥିଲା । ରାଗରେ ସେ ନିଶାମୁକ୍ତି କେନ୍ଦ୍ରରେ ରହିବା ସମୟରେ ଷ୍ଟିଲ୍ ଚାମଚ ଏବଂ ଟୁଥବ୍ରଶ୍ ଖାଇବା ଆରମ୍ଭ କରିଦେଇଥିଲେ । ସଚିନ କହିଥିଲେ ଯେ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଖାଦ୍ୟ ମଧ୍ୟ କମ ମିଳୁଥିଲା, ଯାହାକୁ ନେଇ ସେ ଚିନ୍ତିତ ଥିଲେ । ଧୀରେ ଧୀରେ ସଚିନଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଲା ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଗଲା । ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା ସେ ଡାକ୍ତରଙ୍କୁ ଦେଖାଇଲେ । ଯାଞ୍ଚ ସମୟରେ ଡାକ୍ତରମାନେ ତାଙ୍କ ପେଟରେ ବହୁ ପରିମାଣରେ ଧାତୁ ଭଳି ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତୁରନ୍ତ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନିଆଗଲା । ଡାକ୍ତରମାନଙ୍କର ଏକ ଟିମ୍ ସଫଳ ଅସ୍ତ୍ରୋପଚାର କରି ସଚିନଙ୍କ ପେଟରୁ ୨୯ଟି ଷ୍ଟିଲ୍ ଚାମଚ ଏବଂ ୧୯ଟି ଟୁଥବ୍ରଶ୍ ବାହାର କରିଥିଲେ । ଡାକ୍ତର କହିଛନ୍ତି ଯେ ଏହି ପ୍ରକାରର ସମସ୍ୟା ପ୍ରାୟତଃ ସେହି ଲୋକଙ୍କଠାରେ ଦେଖାଯାଏ, ଯେଉଁମାନଙ୍କର ମାନସିକ ସମସ୍ୟା ଥାଏ । ଏହି ଘଟଣା ମେଡିକାଲ ସାଇନ୍ସ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ । ଏତେ ବଡ଼ ସଂଖ୍ୟାରେ ଧାତୁର ଜିନିଷ ଏବଂ ପ୍ଲାଷ୍ଟିକ୍ ଗିଳିବା ପରେ ମଧ୍ୟ ରୋଗୀର ବଞ୍ଚି ରହିବା କୌଣସି ଚମତ୍କାରରୁ କମ୍ ନୁହେଁ । ଡାକ୍ତରମାନେ କହିଛନ୍ତି ଯେ ସମୟ ପୂର୍ବରୁ ଅସ୍ତ୍ରୋପଚାର ହୋଇଯିବାରୁ ଯୁବକଙ୍କ ଜୀବନ ବଞ୍ଚିଗଲା । ବର୍ତ୍ତମାନ ସଚିନଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ।