କନକ ବ୍ୟୁରୋ :  ଶଙ୍ଖ ଭବନରେ ଚାଲିଛି ରେଷ୍ଟୁରାଣ୍ଟ। ଦଳୀୟ କାର୍ଯ୍ୟାଳୟ ଭିତରେ ହୋଟେଲକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଶଙ୍ଖ ଭବନରେ ହୋଟେଲ ଚଳାଇବାକୁ ନେଇ ବିଜେଡିକୁ କାଠଗ ଡାକୁ ଟାଣିଲା ବିଜେପି। ବିଏମ୍‌ସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡ଼ି କେମିତି ହୋଟେଲ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । କଙ୍ଗାଳ ହୋଇଗଲାଣି କି ବିଜେଡ଼ି ? ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା । କର୍ପୋରେଟ ଫଣ୍ଡିଂ ବନ୍ଦ ହେବା ଯୋଗୁଁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବିଜେଡି ବ୍ୟବସାୟ କରୁଥିବା କଟାକ୍ଷ କରିଛନ୍ତି ।

Advertisment

ସତରେ କଣ ବିଜେଡ଼ି ନିଶ୍ଚିନ୍ନ ହେବାକୁ ଯାଉଛି? ଲୋକ ଆଉ କାର୍ଯ୍ୟାଳୟକୁ ଆସୁନାହାନ୍ତି କି ? ସରକାରଙ୍କ ପାଖରୁ ଜାଗା ଆଣି କାର୍ଯ୍ୟାଳୟ ପାଇଁ ଘର ତିଆରି କରିଥିଲା ବିଜୁ ଜନତା ଦଳ । କିନ୍ତୁ ହୋଟେଲ କେଉଁ ଉଦ୍ଦେଶ୍ୟରେ ଚଳାଉଛି ତାହା ଉପରେ ପ୍ରଶ୍ନ ଉଠାଇଛି ବିଜେପି । କର୍ପୋରେଟ ହାଉସ ମାନଙ୍କ ଠାରୁ ଚାନ୍ଦା ଆଦାୟ କରି ବିଜେଡ଼ି କାର୍ଯ୍ୟାଳୟ ନିର୍ମାଣ କରିଥିଲା । ସରକାରଙ୍କ ଠାରୁ ଯେଉଁ ଉଦ୍ଦେଶ୍ୟରେ ଜାଗା ନେଇଥିଲା ବିଜେଡ଼ି ଆଉ ପରେ ହୋଟେଲ କରିଦେବା ଉଚିତ୍ କି ବୋଲି ଦଳ ଅଭିଯୋଗ କରିଛି ? ସେପଟେ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି ବିଧାୟକ ଅରୁଣ ସାହୁ । କହିଛନ୍ତି କାର୍ଯ୍ୟାଳୟରେ କାଣ୍ଟିନ ଚାଲିଛି କି ହୋଟେଲ, ଖାଇକି ଦେଖନ୍ତୁ । ପ୍ରତ୍ୟେକ ଦିନ ପାର୍ଟି ଅଫିସରେ ବିଭିନ୍ନ ମିଟିଂ ହେଉଛି । ଆଉ କର୍ମୀଙ୍କ ଖାଇବା ପାଇଁ କାର୍ଯ୍ୟାଳୟରେ କାଣ୍ଟିନ୍ ଥିବା କହିଛନ୍ତି ବିଧାୟକ ।