ରାଜଧାନୀ ପାଇଁ ଅଭିଶାପ ପାଲଟିଛି କି ଫ୍ଲାଏ ଓଭର ; ଟ୍ରାଫିକ ଜାମ୍‌ କରୁଛି ନାକେଦମ

Advertisment

ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ନିର୍ମାଣ ହେଲା, କିନ୍ତୁ ସହର ମଝିରେ ଫ୍ଲାଏ ଓଭର ଚିନ୍ତା ବଢ଼ାଇଲାଣି । ଓଭରବ୍ରିଜ୍‌ ଯୋଗୁ ରାସ୍ତା ସଙ୍କୁଚିତ ହେଉଛି, ଟ୍ରାଫିକ ଜାମ୍‌ ନାକେଦମ୍‌ କରୁଛି । ରାଜମହଲ ଛକ ହେଉ ଅବା ଭିଏସ୍‌ଏସ୍‌ ନଗର ବା ବମିଖାଲ । ସହର ମଝିରେ ଛିଡ଼ା ହୋଇଛି ଫ୍ଲାଏ ଓଭର। ଯାହା ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି ।

43

କନକ ବ୍ୟୁରୋ :  ଭୁବନେଶ୍ୱର ପାଇଁ ଦୁଃଖ ପାଲଟିଛି ଫ୍ଲାଏ ଓଭରବ୍ରିଜ । ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ନିର୍ମାଣ ହେଲା, କିନ୍ତୁ ସହର ମଝିରେ ଫ୍ଲାଏ ଓଭର ଚିନ୍ତା ବଢ଼ାଇଲାଣି । ଓଭରବ୍ରିଜ୍‌ ଯୋଗୁ ରାସ୍ତା ସଙ୍କୁଚିତ ହେଉଛି, ଟ୍ରାଫିକ ଜାମ୍‌ ନାକେଦମ୍‌ କରୁଛି । ରାଜମହଲ ଛକ ହେଉ ଅବା ଭିଏସ୍‌ଏସ୍‌ ନଗର ବା ବମିଖାଲ । ସହର ମଝିରେ ଛିଡ଼ା ହୋଇଛି ଫ୍ଲାଏ ଓଭର। ଯାହା ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି । ଓଭରବ୍ରିଜରେ ହାତ ଗଣତି ଗାଡ଼ି ଯା ଆସ କରୁଛି। ହେଲେ ବାଇପାସ ରାସ୍ତାରେ ସ୍ଥିତି ସଙ୍ଗିନ ହେଉଛି । ବେଳେ ବେଳେ ୧୦୦ ମିଟର ରାସ୍ତା ପାର ହେବାକୁ ୨୦ ରୁ ୩୦ମିନିଟ୍‌ ଲାଗୁଛି । କେଉଁଠି ଲେବୁଲ କ୍ରସିଂ ପାଇଁ ତ କେଉଁଠି ଭିଡ଼ କମାଇବାକୁ ଓଭରବ୍ରିଜ୍‌ ତିଆରି ହେଲା । ହେଲେ ସମସ୍ୟା କମିବ କ’ଣ, ବରଂ ବଢ଼ି ଚାଲିଛି । ଓଲଟା ଟ୍ରାଫିକ ସମସ୍ୟା ବଢାଉଛି ଓଭରବ୍ରିଜ ବାଇପାସ ରାସ୍ତା । ଆଉ ଯଦି ଅସରାଏ ବର୍ଷା ହେଲା କଥା ସରିଲା । 

ଖାଲି ଫ୍ଲାଏ ଓଭର କରିଦେଲେ ହେବ ନାହିଁ, ବରଂ ଫ୍ଲାଏ ଓଭରର ଆରମ୍ଭ ଓ ଶେଷ ଭାଗକୁ ଠିକ୍‌ ପ୍ଲାନରେ ନିର୍ମାଣ କରିବା ଜରୁରୀ । କାରଣ ଅଧିକ ଭିଡ଼ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ହିଁ ହେଉଛି । ଯଦି ଭୁବନେଶ୍ୱରରେ ଲେନ୍‌ ଡ୍ରାଇଭ ହୁଅନ୍ତା ତାହେଲେ ଓଭରବ୍ରିଜର ବ୍ୟବହାର ହୋଇପାରନ୍ତା ବୋଲି କହିଛନ୍ତି ଅର୍ବାନ ପ୍ଲାନର । ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହେଉଛି ଓଭରବ୍ରିଜ । ହେଲେ ଏହା ଏବେ ସତେ ଯେମିତି ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe