କଂଗ୍ରେସଠୁ ଦୂରାଉଛନ୍ତି ଥରୁର? ସାଂସଦଙ୍କ ମିଟିଂରୁ ଆଜି ପୁଣି ଗାଏବ ଶଶୀ ଥରୁର

Advertisment

କଂଗ୍ରେସଠୁ ଦୂରାଉଛନ୍ତି କି ଶଶୀ ଥରୁର? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାହିଁକି ନା ଲଗାତାର କଂଗ୍ରେସ ବୈଠକରେ ନଜର ଆସୁନାହାଁନ୍ତି ଏହି ସାଂସଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ସଂସଦ ଅଧିବେଶନରେ ତାଙ୍କ ସାଂସଦମାନଙ୍କର ଏକ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରାଯାଇଥିଲା ।

କଂଗ୍ରେସଠୁ ଦୂରାଉଛନ୍ତି କି ଶଶୀ ଥରୁର? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାହିଁକି ନା ଲଗାତାର କଂଗ୍ରେସ ବୈଠକରେ ନଜର ଆସୁନାହାଁନ୍ତି ଏହି ସାଂସଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ସଂସଦ ଅଧିବେଶନରେ ତାଙ୍କ ସାଂସଦମାନଙ୍କର ଏକ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରାଯାଇଥିଲା ।

shashi tharoor

shashi tharoor Photograph: (kanak news)

କନକ ବ୍ୟୁରୋ: କଂଗ୍ରେସଠୁ ଦୂରାଉଛନ୍ତି କି ଶଶୀ ଥରୁର? ଏ ପ୍ରଶ୍ନ ଏଥିପାଇଁ ଉଠୁଛି, କାହିଁକି ନା ଲଗାତାର କଂଗ୍ରେସ ବୈଠକରେ ନଜର ଆସୁନାହାଁନ୍ତି ଏହି ସାଂସଦ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ସଂସଦ ଅଧିବେଶନରେ ତାଙ୍କ ସାଂସଦମାନଙ୍କର ଏକ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ଦଳର ପ୍ରଦର୍ଶନ ନେଇ ସମୀକ୍ଷା କରାଯାଇଥିଲା । ହେଲେ କଂଗ୍ରେସ ସାଂସଦଙ୍କ ଏହି ବୈଠକରେ କିନ୍ତୁ ନଜର ଆସିନଥିଲେ ଶଶୀ ଥରୁର । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାଙ୍କ ବୈଠକକୁ ନଜର ଅନ୍ଦାଜ କରିଛନ୍ତି ଶଶୀ ଥରୁର ।

କେଉଁ କେଉଁ ବୈଠକକୁ ଆସିନାହାଁନ୍ତି ଥରୁର?

ନଭେମ୍ବର ୧୮ରେ SIRକୁ ନେଇ ରାହୁଲ-ଖଡଗେ ବୈଠକ କରିଥିଲେ । ହେଲେ ଏହି ବୈଠକକୁ କିନ୍ତୁ ଅସୁସ୍ଥତା ଦର୍ଶାଇ ଆସିନଥିଲେ ଥରୁର । ତେବେ ଏହାର ଗୋଟିଏ ଦିନ ପୂର୍ବରୁ କିନ୍ତୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ପ୍ରଶଂସା ବି କରିଥିଲେ। ତେଣୁ ସେତେବେଳେ ଏହି ବୈଠକରେ ଶଶୀ ଥରୁର ଯୋଗ ନଦେବା ଚର୍ଚ୍ଚା ସୃଷ୍ଟି କରିଥିଲା । ଏହାସହିତ ନଭେମ୍ବର ୩୦ ତାରିଖରେ ସଂସଦ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ହେଲେ ସେତେବେଳେ ଶଶୀ ଥରୁର ନିଜ ମାଆଙ୍କ ସହ କେରଳରେ ଅଛି ବୋଲି କହିବା ସହିତ ଏହି ବୈଠକରେ ସାମିଲ ହୋଇନଥିଲେ । ସେହିପରି ଆଜି ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ସାଂସଦଙ୍କ ବୈଠକ ଥିଲା, ହେଲେ କେରଳରେ ଥିବା କାରଣରୁ ଥରୁର ଏହି ବୈଠକରେ ସାମିଲ ହୋଇନଥିବା ସୂଚନା ଦେଇଛନ୍ତି ।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଶଶୀ ଥରୁର ଲଗାତାର କଂଗ୍ରେସ ହାଇକମାଣ୍ଡଙ୍କ ମିଟିଂକୁ ନଜର ଅନ୍ଦାଜ କରିଆସୁଛନ୍ତି । ହେଲେ ଦଳ କିନ୍ତୁ ତାଙ୍କ ବିରୋଧରେ କିଛି ବି ଆକ୍ସନ ନେଇପାରିବନି । ଯଦି ଥରୁର କିଛି ବି ପୂର୍ବ ସୂଚନା ନଦେଇ କଂଗ୍ରେସ ବୈଠକକୁ ଆସିନଥାନ୍ତେ, ତେବେ ଦଳ ତାଙ୍କ ବିରୋଧରେ ନୋଟିସ୍ ଜାରି କରିଥାନ୍ତା । ହେଲେ ଶଶୀ ଥରୁର ଯେହେତୁ ପୂର୍ବ ସୂଚନା ସହିତ ମିଟିଂକୁ ଆସିନାହାଁନ୍ତି, ତେଣୁ ଦଳ ତାଙ୍କ ବିରୋଧରେ ଆକ୍ସନ ନେଇପାରିବନି ।

ଆହୁରି ପଢ଼ନ୍ତୁ : ରାଜଧାନୀରେ ପୁଣି ଲଜ୍ଜା: ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ

ଆପଣ ଭଲ ଭାବେ ଜାଣିଥିବେ, ଅପରେସନ ସିନ୍ଦୂର ପରେ ଥରୁରଙ୍କୁ ଆମେରିକା ପଠାଇବା ପରଠାରୁ, କଂଗ୍ରେସ ଦଳ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖି ଆସୁଛି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଥରୁର କାହିଁକି କଂଗ୍ରେସ ବୈଠକରେ ଯୋଗ ଦେଉନାହାଁନ୍ତି? ଲଗାତାର ଅନ୍ୟ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ବି ଥରୁର କାହିଁକି କଂଗ୍ରେସ ବୈଠକକୁ ନଜର ଅନ୍ଦାଜ କରୁଛନ୍ତି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେରଳରେ ଥରୁର ଜଣେ ଲୋକପ୍ରିୟ ସାଂସଦ ଏବଂ କଂଗ୍ରେସ ଦଳ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିପଦ ମୁଣ୍ଡେଇବାକୁ ଚାହୁଁନାହିଁ । ଅନ୍ୟପଟେ ଦେଖିବାକୁ ଗଲେ କେରଳରେ ସ୍ଥାନୀୟ ନିର୍ବାଚନ ଚାଲିଛି, ଆଉ ତା’ ପରେ ବିଧାନସଭା ନିର୍ବାଚନ ବି ହେବାକୁ ଅଛି । ଏପରି ପରିସ୍ଥିତିରେ ଥରୁର କେରଳରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି, କିନ୍ତୁ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ରାଜି ହେଉନି । ଏହି କାରଣଗୁଡ଼ିକ ପାଇଁ ଥରୁର କଂଗ୍ରେସ ଦଳଠୁ ଦୂରୋଉଥିବା ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe