ବିହାରରେ ଫେରିଲା କି ପ୍ରତିଶୋଧ ରାଜନୀତି, ୨୦ ବର୍ଷର ସରକାରୀ ବଙ୍ଗଳା ଖାଲି ନୋଟିସକୁ ରାବ୍ରୀଙ୍କ ବିରୋଧ

ଦୀର୍ଘ ଦୁଇ ଦଶନ୍ଧି ଧରି ଯେଉଁ ସରକାରୀ ବାସଭବନରେ ରାବ୍ରୀ  ଦେବୀ, ଲାଲୁ ପ୍ରସାଦ ଯାଦବଙ୍କ ପରିବାର ରହି ଆସୁଥିଲେ ତାକୁ ଏଣିକି ଖାଲି କରିବାକୁ ପଡିବ । ଯାହାକୁ ନେଇ ବୟାନବାଜୀ ଆରମ୍ଭ ହୋଇଛି । ଲାଲୁଙ୍କ ପରିବାର କହିଛି ବାସଭବନରୁ ବାହାର କରିଲେ ବି ବିହାରବାସୀଙ୍କ ମନରୁ କାଢ଼ିପାରିବେନି ନୀତିଶ କୁମାର ।

rabri

କନକ ବ୍ୟୁରୋ : ୨୦ବର୍ଷ ଧରି ଯେଉଁ ସରକାରୀ ବାସଭବନରେ ଲାଲୁ ପ୍ରସାଦ ଯାଦବ, ରାବରୀ ଦେବୀ ତାଙ୍କ ପରିବାର ରହି ଆସୁଥିଲେ ତାକୁ ଖାଲି କରିବାକୁ ପଡିବ । ପାଟଣାର ସର୍କୁଲାର ରୋଡ ସ୍ଥିତ ୧୦ ନମ୍ବର ସରକାରୀ ବାସଭବନରେ ରହି ଆସୁଥିଲେ । ଗତ ନଭେମ୍ବର ୨୫ରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ ଦିଆଯାଇଛି । 

ଅଧିକ ପଢ଼ନ୍ତୁ-ରାଜଧାନୀରେ ଲୁଟେରାଙ୍କ ଅଜବ ଲୁଟ୍, ବେଡ଼୍ ପକାଇ ବାଥରୁମରେ ଶୋଇଲେ, ରାତି ତମାମ ଜିନିଷ ବୋହିଲେ

ଦୀର୍ଘ ଦୁଇ ଦଶନ୍ଧି ଧରି ଯେଉଁ ସରକାରୀ ବାସଭବନରେ ରାବ୍ରୀ  ଦେବୀ, ଲାଲୁ ପ୍ରସାଦ ଯାଦବଙ୍କ ପରିବାର ରହି ଆସୁଥିଲେ ତାକୁ ଏଣିକି ଖାଲି କରିବାକୁ ପଡିବ । ଯାହାକୁ ନେଇ ବୟାନବାଜୀ ଆରମ୍ଭ ହୋଇଛି । ଲାଲୁଙ୍କ ପରିବାର କହିଛି ବାସଭବନରୁ ବାହାର କରିଲେ ବି ବିହାରବାସୀଙ୍କ ମନରୁ କାଢ଼ିପାରିବେନି ନୀତିଶ କୁମାର ।

ଅଧିକ ପଢ଼ନ୍ତୁ- ନୂଆ ଇତିହାସର ସାକ୍ଷୀ ରହିବ ବିଧାନସଭା; ଆସନ୍ତାକାଲି ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ମହାମହିମ

କୁହାଯାଉଛି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ବୀଙ୍କ ଗୋଟିଏ ପୁରୁଣା ଭୂଲ ବର୍ତ୍ତମାନ ଯାଦବ ପରିବାର ପାଇଁ ଅଡୁଆରେ ପକାଇଛି । ୨୦୦୫ରେ ନୀତୀଶ କୁମାର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜୀବନ ସରକାରୀ ବାସଭବନ ଓ ସୁବିଧାର ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ । ଯେଉଁଥିରେ ରାବରୀ ଦେବୀଙ୍କୁ ପଟନା ସର୍କୁଲାର ରୋଡରେ ଏହି ବାସଭବନ ମିଳିଥିଲା । କିନ୍ତୁ ତେଜସ୍ବୀଙ୍କ ଗୋଟିଏ ପିଟିସନ ସବୁ କିଛି ଓଲଟପାଲଟ କରିଦେଇଛି । ୨୦୧୭ରେ ମହାଗଠବନ୍ଧନଠୁ ଅଲଗା ହୋଇ ଏନଡିଏ ସହ ନୂଆ ସରକାର କରିଥଲେ ନୀତୀଶ । ତେଜସ୍ବୀଙ୍କ ହାତରୁ ଉପମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦେଶରତ୍ନ ମାର୍ଗ ସ୍ଥିତ ବାସଭବନ ଛାଡିବାକୁ କୁହାଯାଇଥିଲା । ବାସଭବନ ମରାମତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଇ ନୀତିଶଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯାଇଥିଲେ ତେଜସ୍ବୀ । ଶୁଣାଣି କରି କୋର୍ଟ ତେଜସ୍ବୀଙ୍କ ଆବେଦନ ଖାରଜ କରିବା ସହ ଏହି ପୂର୍ବତନ ବ୍ୟବସ୍ଥାକୁ ଅଣସାମ୍ବିଧାନିକ କହି ଉଚ୍ଛେଦ କରିଥିଲେ । ତେଣୁ ବର୍ତ୍ତମାନ ଯାଦବ ପରିବାର ହାତରୁ ଯାଇଛି ଏହି ପୁରୁଣା ସରକାରୀ ବାସଭବନ । ତେବେ ମିଳିଥିବା ସୂଚନା ଅନୁସାରେ ବିରୋଧୀ ଦଳ ନେତା ଭାବେ ରାବରୀ ଦେବୀଙ୍କୁ ନୂଆ ବାସଭବନ ଦେଇଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe