କନକବ୍ୟୁରୋ : ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିବା ସ୍ବାମୀଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ କି ନାହିଁ । ଏଭଳି ଏକ ଆଇନଗତ ମାମଲା ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ବିଚାରପତି ଜେ.ବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । କର୍ଣ୍ଣାଟକ ହାଇକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଦେଇଥିବା ଦୁଇଟି ରାୟ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ଫାଇଲ କରାଯାଇଥିଲା ।
ଏହା ବ୍ୟତୀତ ଅନ୍ୟ କେତେକ ଜନସ୍ବାର୍ଥ ମାମଲା ମଧ୍ୟ ଦାୟର ହୋଇଥିଲା। ସୁପ୍ରିମକୋର୍ଟ ଏସବୁ ମାମଲାର ଏକାଠି ଶୁଣାଣି କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/DKFx6DFpL0ryBgTAoXnL.jpg)