କନକ ବ୍ୟୁରୋ: ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି ପାଣ୍ଡିଆନ । ଏଭଳି ବୟାନ ଦେଇ ଆଲୋଚନାକୁ ବଢାଇଛନ୍ତି ବିଜେଡି ନେତା ମନ୍ମଥ ରାଉରତାୟ । ସେ କହିଛନ୍ତି ,  ନବୀନଙ୍କ କଥା ପାଣ୍ଡିଆନ ଆଗରୁ ବୁଝୁଥିଲେ ଓ ଏବେ ବି ବୁଝୁଛନ୍ତି । ନିର୍ବାଚନରେ ବିଜେଡି ହାରିବା ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା ବୋଲି କହି ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ମନ୍ମଥ ଇସାରା କରିଥିବା ନେତା କିଏ?

Advertisment

ଅରୁଣଙ୍କ ପରେ ବିଜେଡି ହାରିବା ପଛର ଗୁମର ଖୋଲିଛନ୍ତି ମମ୍ମଥ ରାଉତରାୟ। ଏଥିସହ ପାଣ୍ଡିଆନ ଏବେ ବି କେମିତି ନବୀନ ନିବାସ ଆସୁଛନ୍ତି ଓ ନବୀନଙ୍କ କଥା ବୁଝୁଛନ୍ତି ସେ କଥା କହି ଚର୍ଚ୍ଚା ସୃଷ୍ଟି କରିଛନ୍ତି। 

ଶୁଣିଲେ ତ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପ୍ରତିକ୍ରିୟା । ଅର୍ଥାତ ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି  ଭି.କେ.ପାଣ୍ଡିଆନ । ବିଜେଡି ନିର୍ବାଚନ ହାରିବା ପରେ  ପାଣ୍ଡିଆନଙ୍କ ଭୂମିକାକୁ ନେଇ ଅନେକ ଆଲୋଚନା ଚାଲିଥିଲା । କିଏ କହୁଥିଲା ନବୀନ ନିବାସରେ ପାଣ୍ଡିଆନଙ୍କ ଦରବାର ଚାଲିଛି । ଆଉ କିଏ କହୁଥିଲା ପରଦା ପଛରେ ରହି ବିଜେଡି ଚଳାଉଛନ୍ତି ପାଣ୍ଡିଆନ । ମନ୍ମଥଙ୍କ ପ୍ରତିକ୍ରିୟା ସେହି ସବୁ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। 

ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଅନେକ କାରଣ କହିଛନ୍ତି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ । କହିଛନ୍ତି,  ଟିକେଟ ବଂଟନରେ ଭୁଲ ଥିଲା । ପ୍ରାର୍ଥୀ ଚୟନରେ ଭୁଲ ଥିଲା । ଶେଷ ସମୟ ଯାଏଁ ଦ୍ବନ୍ଦ୍ବ ଲାଗିରହିଲା । ମିସ ମ୍ୟାନେଜମେଂଟ ହେଲା । ବିଜେଡିର ଟିମ ୱାର୍କ ଭୁଲ ଥିଲା ବୋଲି କହିଛନ୍ତି ମନ୍ମଥ । ପୁରା ଟିମର ଭୁଲ ନଥିଲା କିଛି ଜଣକ ଭୁଲ ଥିଲା  ସେମାନେ ଆଜି ପଶ୍ଚାତାପ କରୁଛନ୍ତି ।

ମନ୍ମଥଙ୍କ ବୟାନ ପରେ ଏବେ  ପ୍ରଶ୍ନ ଉଠୁଛି, ଟିକେଟ ବଂଟନରେ କିଏ କରିଥିଲା ଭୁଲ? ପ୍ରାର୍ଥୀ ଚୟନରେ କେଉଁଠି ରହିଲା ତ୍ରୁଟି?