କନକ ବ୍ୟୁରୋ: ଓଡ଼ିଶା ସହ ଆତଙ୍କୀଙ୍କ ଲିଙ୍କ୍, ବିଭିନ୍ନ ସମୟର ରାଜ୍ୟର ବିଭିନ୍ନ ସ୍ଥାନରୁ ଧରାପଡ଼ିଛନ୍ତି ସନ୍ଦିଗ୍ଧ ଆତଙ୍କୀ । ୨୦୧୫ରୁ ୨୦୨୫ ମୋଟ ୧୦ ବର୍ଷରେ ୧୦ ଜଣ ଆତଙ୍କୀ ଗିରଫ ହୋଇଛନ୍ତି । ଏମାନଙ୍କୁ କଟକ, ରାଉରକେଲା, ଯାଜପୁର, ନୟାଗଡ଼ରୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀସ୍ତାନରୁ ଓଡ଼ିଶା ଲିଙ୍କ୍‌ ମିଳିବା ପରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment

ଅବଦୁର ରେହମାନ

  • ୨୦୧୫ରେ ଗିରଫ ହୋଇଥିଲା ଅବଦୁର ରେହମାନ
  • ସାଲେପୁର ପଶ୍ଚିମକଚ୍ଛ ସାତବାଟିଆ ଗାଁରୁ ଉଠାଇ ନେଇଥିଲା NIA
  • ଭାରତ ବିରୋଧୀ ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଥିଲା ସାମିଲ
  • ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦା ସହିତ ଥିଲା ଅବଦୁରର ଲିଙ୍କ୍
  • ଗୁଇନ୍ଦା ତଥ୍ୟ ସଂଗଠନକୁ ଯୋଗାଉଥିଲା ଅବଦୁର  

ରାଉରକେଲାରେ ଲୁଚିଥିଲେ ସିମି ଆତଙ୍କୀ

  • ୨୦୧୬ରେ ୫ ସିମି ଆତଙ୍କବାଦୀ ହୋଇଥିଲେ ଗିରଫ
  • ମଧ୍ୟପ୍ରଦେଶରୁ ଖସି ରାଉରକେଲାରେ ଲୁଚିଥିଲେ ଏହି ଆତଙ୍କୀ
  • ଭଦ୍ରକରେ ମଧ୍ୟ ଏହି ଆତଙ୍କବାଦୀମାନେ ଘରଭଡ଼ା ନେଇ ରହିଥିଲେ
  • ଗିରଫ ଆତଙ୍କବାଦୀ ବିଭିନ୍ନ ରାଜ୍ୟରେ ଚଳାଇଥିଲେ ଜିହାଦୀ କାର୍ଯ୍ୟ
  • ଚେନ୍ନାଇ, ଉତ୍ତରପ୍ରଦେଶ ବିଜନୋର ବିସ୍ଫୋରଣରେ ଥିଲେ ସାମିଲ 

ଯାଜପୁରରୁ ଧରାପଡ଼ିଥିଲା ବୁଖାରୀ

  • ୨୦୨୩ରେ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ସୟଦ ଇସାନ ବୁଖାରୀ ହୋଇଥିଲା ଗିରଫ
  • ଯାଜପୁରରୁ ଏହି କାଶ୍ମୀର ଯୁବକଙ୍କୁ ଧରିଥିଲା ଏସଟିଏଫ୍‌
  • ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ରହିଥିଲା ବୁଖାରୀର ଲିଙ୍କ୍
  • ନିଜକୁ ଡାକ୍ତର ପରିଚୟ ଦେଇ ଯାଜପୁରରେ ଛପିଥିଲା ଆତଙ୍କୀ

ଗୁଇନ୍ଦାଗିରି କରି ଧରାପଡ଼ିଥିଲେ ୩ ସନ୍ଦିଗ୍ଧ

  • ୨୦୨୩ରେ ପାକିସ୍ତାନୀ ଲିଙ୍କରେ ଗିରଫ ହୋଇଥିଲେ ୩ ଓଡ଼ିଆ 
  • ନୟାଗଡ଼ର ୨ଜଣ, ଯାଜପୁରର ଜଣଙ୍କୁ ବାନ୍ଧିଥିଲା ଏସଟିଏଫ୍‌
  • ଗିରଫଙ୍କ ମଧ୍ୟରେ ରହିଥିଲେ ଜଣେ ଆଇଟିଆଇ ଅଧ୍ୟାପକ
  • ଏମାନେ ପାକିସ୍ତାନୀ ଏଜେଣ୍ଟଙ୍କୁ ବେନାମୀ ସିମ୍‌ କାର୍ଡ ବିକୁଥିଲେ

ସେହିପରି ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଡିଜିପି-ଆଇଜିପି ସମ୍ମିଳନୀ ସମୟରେ ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ । ତେଣୁ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରହିଥିବାରୁ ଟାର୍ଗେଟରେ ରହୁଛି କି ରାଜ୍ୟ?