କନକ ବ୍ୟୁରୋ: ଇଂଲିଶ ମିଡ଼ିୟମ ସ୍କୁଲରେ ଅସ୍ତିତ୍ୱ ଖୋଜୁଛି ଓଡ଼ିଆ ଭାଷା । ପିଲାଙ୍କ ଭିତରେ କମୁଛି ମାତୃଭାଷାରେ ପଢିବାର ଅଭ୍ୟାସ ଓ ଆଗ୍ରହ । ଓଡ଼ିଆକୁ ଛାଡି ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ଓ ସହପାଠୀଙ୍କ ସହ ଭାବବ୍ୟକ୍ତ କରୁଛନ୍ତି ଛାତ୍ରଛାତ୍ରୀ । ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ ବଦଳରେ ଇଚ୍ଛାଧୀନ ବର୍ଗରେ ସ୍ଥାନ ଦିଆଯାଇଛି । ଫଳରେ ପିଲାମାନେ ଓଡ଼ିଆ ଭାଷାରୁ ମୁହଁ ଫେରାଇ ଇଂରାଜୀ, ହିନ୍ଦୀକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ୍ ।
ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ପଢିବାକୁ କୁଣ୍ଠାବୋଧ କରୁଛନ୍ତି ଛାତ୍ରଛାତ୍ରୀ । ଲେଖିବାକୁ ଆଗ୍ରହ ତ ଦୂରର କଥା ପିଲାଙ୍କୁ ଓଡ଼ିଆ ପଢ଼ିବାର ସୁଯୋଗ ବି ମିଳୁନାହିଁ । ବର୍ତ୍ତମାନ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି, ତେବେ ଓଡ଼ିଆ ଭାଷାର ପୁରାତନ ଲେଖା ସଂରକ୍ଷିତ କରାଯାଉନାହିଁ । ଫଳରେ ଅନେକ ସମୟରେ ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ ମଧ୍ୟ ବିକୃତ ଓଡ଼ିଆରେ ତଥ୍ୟ ଦେଉଛି । କେବଳ ଶିକ୍ଷାନୁଷ୍ଠାନ ନୁହେଁ, ପିଲାଙ୍କର ଓଡ଼ିଆ ଭାଷାପ୍ରୀତି ବଢାଇବାକୁ ଅଭିଭାବକ ମାନେ ପ୍ରଥମେ ଦାୟିତ୍ୱ ନିଅନ୍ତୁ ବୋଲି ଭାଷାବିତ୍ମାନେ ମତ ଦେଇଛନ୍ତି ।
ଗପ ବହିର ଜାଗା ନେଉଛି ମୋବାଇଲ ଫୋନ ଆଉ କେବଳ ସାର୍ଟିଫିକେଟ ପାଇଁ ହେଉଛି ପାଠପଢ଼ା । ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ିଆକୁ ବି ସମାନ ଅଧିକାର ମିଳୁ, ଆଗାମୀ ଦିନରେ ସରକାର ଏନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/01/Nrcpc82KSIx0WnXTyHOR.png)