ଜମ୍ମୁକାଶ୍ମୀରରେ ବଦଳିବକି ରାଜନୈତିକ ସମୀକରଣ । ଦୁଇଦିନ ପୂର୍ବରୁ ମୋଦୀଙ୍କ ପ୍ରଶଂସା କରିଥିଲେ ଓମାର ଅବଦୁଲ୍ଲା

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି । ଏଠାରେ ଏନସି-କଂଗ୍ସେସ ମେଣ୍ଟ ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ଅଦ୍ୟତନ ହୋଇଛି
3

କନକ ବ୍ୟୁରୋ : ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି । ଏଠାରେ ଏନସି-କଂଗ୍ସେସ ମେଣ୍ଟ ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । କିନ୍ତୁ ଏହାରି ଭିତରେ ଜମ୍ମୁ-କାଶ୍ମୀରରେ ରାଜନୈତିକ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଫାରୁଖ ଅବଦୁଲ୍ଲାଙ୍କ ପରିବାର ଓ ବିଜେପି ମଧ୍ୟରେ ଦୂରତା ବେଶି ନାହିଁ । ଫାରୁଖ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ବି ଅଟଳବିହାରୀ ବାଜପେୟୀଙ୍କ ସମୟରେ ବିଜେପିରେ ମନ୍ତ୍ରୀ ଥିଲେ । ଗତ ଦୁଇଦିନ ତଳେ ବି ସେ ମୋଦୀଙ୍କ ପ୍ରଶଂସା  କରିଥିଲେ । ଏହାକୁ ନେଇ ଜମ୍ମୁକାଶ୍ମୀରରେ ରାଜନୈତିକ ଖେଳ ବଦଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି 

ନ୍ୟାସନାଲ କନଫରେନ୍ସ ଏପରି ଏକ ଦଳ ଯାହାର ଉଭୟ ବିଜେପି ଓ କଂଗ୍ରେସ ସହ ଭଲ ସମ୍ପର୍କ ରହିଛି । କଂଗ୍ରେସ ସମର୍ଥନରେ ଫାରୁଖ ଅବଦୁଲ୍ଲା ଜମ୍ମୁକାଶ୍ମୀରରେ ସରକାର ଚଳାଇଥିଲେ । କିନ୍ତୁ ପରେ ସେ ବିଜେପି ସହ ହାତ ମିଳାଇଥିଲେ । ୧୯୯୯ରେ ଯେତେବେଳେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଥିଲା, ସେତେବେଳେ ନ୍ୟାସନାଲ୍ କନଫରେନ୍ସ ବିଜେପି ସହିତ ହାତ ମିଳାଇଥିଲା । ଓମାର ଅବଦୁଲ୍ଲା ବି ବିଜେପିରେ ମନ୍ତ୍ରୀ ହୋଇଥିଲେ । ଅବଶ୍ୟ ପରେ ଦୁହେଁ ଅଲଗା ହୋଇଥିଲେ କିନ୍ତୁ ଏବେ ବି ଫାରୁଖ ଅବଦୁଲ୍ଲା ବାଜପେୟୀଙ୍କୁ ମନେରଖିଛନ୍ତି । ବେଳେ ବେଳେ ବାଜପେୟୀଙ୍କ ପ୍ରଶଂସା କରିଥାନ୍ତି ଫାରୁଖ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe