ଚଳିତ ଆଇପିଏଲରେ ଚେନ୍ନାଇ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ପରାଜୟ ବରଣ କରିଛି ଆଉ କ୍ରିକେଟ ଏକ୍ସପର୍ଟଙ୍କ ମତରେ ଏହି ଦୁଇଟି ମ୍ୟାଚ ଦଳ ଧୋନୀଙ୍କ ପାଇଁ ହାରିଛି । ଧୋନୀ କ୍ରିକେଟ ଜଗତରେ ଜଣେ ବଡ ଖେଳାଳି । ଜଣେ ସଫଳ ଅଧିନାୟକ ସହ ପଡିଆରେ ତାଙ୍କ ଆଖି ୩୬୦ ଡିଗ୍ରୀ ଚାଲିଥାଏ, ଖାସ କରି ସିଚୁଏସନ ଅନୁସାରେ ଧୋନୀ ଆସିଥାନ୍ତି ବ୍ୟାଟିଂ କରିବାକୁ, ଆଉ କ୍ରିଜରେ ଧୋନୀ ଥିଲେ କୁହାଯାଏ, ‘ଅନହୋନୀ କୋ ହୋନି କରଦେ ନାମ ହେ ଉସକା ଧୋନୀ’ ତାଙ୍କ କ୍ୟାରିୟରେ ଭିତରେ ସେ ସିଏସକେକୁ ତାଙ୍କ ହାର୍ଡ-ହିଟିଂ ବ୍ୟାଟିଂ ଜରିଆରେ ଜିତାଇଛନ୍ତି ତ ପୁଣି କେତେବେଳେ ପଡିଆରେ ଚାଣକ୍ୟ ହୋଇ ୱିକେଟ ପଛରେ ଛିଡା ହୋଇ ହାରିବା ମ୍ୟାଚକୁ ଜିତିବାରେ ବଦଳାଇ ଦିଅନ୍ତି । ଅନେକ ଜଣଙ୍କୁ ଜିରୋରୁ ହିରୋ କରିଛନ୍ତି ମାହି , ହେଲେ ୨୦୨୫ ଆଇପିଏଲରେ କଣ ହୋଇଛି ଧୋନୀଙ୍କୁ? ଲାଗୁଛି ଯେମିତି ବାଧ୍ୟରେ ଆସୁଛନ୍ତି ବ୍ୟାଟିଂ କରିବାକୁ , ଲୋୟର ଡାଉନରେ ଆସି ସତେ ଯେମିତି ଦୋଷ ଛଡାଇ ଚାଲିଯାଉଛନ୍ତି । ଦେଖିଲେ ଲାଗୁଛି ସେ ଧୋନୀ ଓ ଆଜିର ଧୋନୀ ଭିତରେ ବଡ ପାର୍ଥକ୍ୟ ରହିଛି ।
ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଫ୍ୟାନ୍ସ ଏବେ ଧୋନୀଙ୍କୁ ନେଇ କମେଣ୍ଟ କରୁଛନ୍ତି, ଏମିତି ନୁହେଁ ଯେ ଧୋନୀ ଖେଳିପାରୁ ନାହାନ୍ତି ହେଲେ ଡାଉନ ଚେଂଜ କରି ଯେତେବେଳେ ଦଳକୁ ରନ ଦରକାର ସେତେବେଳେ ପଡିଆକୁ ଆସୁନାହାନ୍ତି ମାହି । କିଛି ପୂର୍ବତନ କ୍ରିକେଟର କହିଛନ୍ତି ମ୍ୟାନେଜମେଂଣ୍ଟର ଡିସିସନ ଠିକ ନୁହେଁ । ଧୋନୀ ଡାଉନ ଚେଂଜ କରିବା ଦରକାର । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସିଏସକେ କୋଚ ଷ୍ଟିଫେନ ଫ୍ଲେମିଙ୍ଗ କହିଛନ୍ତି, ଧୋନୀ ୧୦ଓଭର ବ୍ୟାଟିଂ କରିପାରିବେନି କାରଣ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ଅଛି ଏବଂ ମ୍ୟାଚର ସିଚୁଏସନ ଅନୁସାରେ ବ୍ୟାଟିଂ କ୍ରମ ନିଜେ ବାଛିଥାନ୍ତି । କୋଚ ପ୍ରେସମିଟରେ କହିଛନ୍ତି ,ଧୋନୀ ଟିମର ମାର୍ଗଦଶକ ସହ ଭଲ ୱିକେଟ କିପର ହେଲେ ବ୍ୟାଟିଂ ଡାଉନ ଚେଂଜ କରିବା ଟିମ ପାଇଁ ଭଲ ନୁହେଁ ।
ଏଠି ପ୍ରଶ୍ନ ଉଠୁଛି ଯଦି ଧୋନୀ ୧୦ ଓଭର ଖେଳିପାରିବେନି ତାହାଲେ ବଡ ନାଁ ଯୋଗୁଁ ସିଏସକେ ତାଙ୍କୁ ଖେଳାଉଛି କି? ଦରକାର ସମୟରେ ବ୍ୟାଟିଂ କରିବାକୁ ନ ଆସିଲେ ଦଳ ତାହାଲେ ଜାଣିସୁଣି ହାରିବାକୁ ଚାହୁଁଛି! ଆଗକୁ ଥିବା ସିଏସକେ ମ୍ୟାଚରେ ଧୋନୀ କେଉଁ ଡାଉନ ଚେଂଜ କରୁଛନ୍ତି ନା ନାହିଁ ତାହା ବଡ ପ୍ରଶ୍ନ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/31/NFfMlNQZ0CWKZcKKejHL.jpg)