କନକ ବ୍ୟୁରୋ: ସ୍ବାସ୍ଥ୍ୟ ପାଇଁ ନିଦ୍ରା , ଖାଦ୍ୟ ଭଳି ଅପରିହାର୍ଯ୍ୟ । ଏକ ସୁସ୍ଥ ଶରୀରର ଅଧିକାରୀ ହେବାକୁ ହେଲେ ୬ରୁ ୭ ଘଣ୍ଟା ଶୋଇବା ନିହାତି ଦରକାର । ଅନିଦ୍ରା ସମସ୍ୟା ହେଲେ ଆମ ଶରୀରକୁ ଅନେକ ସମସ୍ୟା ଘୋଟିଆସେ  । ତେଣୁ ଶୋଇବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଦିନବେଳା ଶୋଇବା କେତେ ଜରୁରି?

Advertisment

 ଅନେକଙ୍କର ଅଭ୍ୟାସ ଥାଏ ସେମାନେ ଦ୍ବିପହର ସମୟରେ ଖାଇସାରିବା ପରେ ଟିକେ ଶୋଇପଡ଼ିବାକୁ ଭଲ ପାଆନ୍ତି । ଶୋଇପଡ଼ିଲେ କାଳେ ଭାରି ଆରାମ ଲାଗେ । ଜଣେ ଜଣେ ତ ଦିନରେ ୩ରୁ ୪ ଘଣ୍ଟା ଶୋଇପଡ଼ନ୍ତି। ହେଲେ ଏହା କ’ଣ ଆମ ଶରୀର ପାଇଁ ଜୁରି , ହିତକର , ତାହା ଜାଣିବା ଜରୁରି । ଆୟୁର୍ବେଦରେ ଦ୍ବିପହରରେ ଶୋଇବାକୁ ବାରଣ କରାଯାଇଛି। ଏହା ପଛରେ ଏକାଧିକ କାରଣ ରହିଛି । 

ଆମ ଶରୀର ବାତ୍ତ, ପିତ୍ତ ଓ କଫର ସନ୍ତୁଳନ ରକ୍ଷା କରି ଚାଲେ । ଆୟୁର୍ବେଦ ଅନୁସାରେ ଦିନବେଳା ଶୋଇଲେ ଶରୀରରେ କଫ ମାତ୍ରା ବଢ଼ିଥାଏ । ଫଳରେ ଶରୀରରେ ଥଣ୍ଡା , କା  ଭଳି ସମସ୍ୟା ଦେଖାଯାଏ । ଆଳସ୍ୟ ଧୀରେ ଧୀରେ ମାଡ଼ିବସେ ।  ଅନ୍ୟପଟେ ଆୟୁର୍ବେଦ ଏକଥା ବି କହୁଛି, ଯେ ଗ୍ରୀଷ୍ମ ଋତୁରେ ଦିନରେ ହାଲକା ନିଦ ନେବା ଅନେକ ସମୟରେ ଶରୀର ପାଇଁ ଜରୁରି ହୋଇଥାଏ । 

ଅଧିକ ପଢ଼ନ୍ତୁ:ରାଜପାଲ ଯାଦବଙ୍କୁ ମିଳିଲାନି ଜାମିନ, ସୋମବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

 ତେବେ ଯଦି ଦିନରେ ଶୋଇବା ଉଚିତ ନୁହେଁ ତାହେଲେ ଏହାର ବଦଳରେ ଆଉ କ’ଣ କରିବା ଦରକାର ଯାହାଦ୍ବାରା ଶରୀରର ଥକ୍କାପଣ ଦୂରେଇ ଯାଇପାରିବ ? 

ଦିନରେ Power napକୁ ଗ୍ରହଣ କରନ୍ତୁ ।ଏହାର ଅର୍ଥ ଯଦି ଲଗାତାର କାମ କରି ଥକ୍କା ଲଗେ ତାହେଲେ ତଳେ ଶବାସନରେ କିଛି ସମୟ ଶୋଇବେ। ଯଦି ଅଫିସରେ ଥାଆନ୍ତି ତାହେଲେ ନିଜ ସିଟରେ ସିଧା ହୋଇ ମୁଣ୍ଡକୁ ରିଲାକ୍ସ ମୋଡରେ ରଖି ଆଖି ବୁଜି ଆରାମ କରନ୍ତୁ, ଯେପରି ଚାରିପଟର କୌଣସି ଶବ୍ଦ ଆପଣଙ୍କୁ ପ୍ରଭାବତି କରୁନଥିବ । ଫଳରେ ଆପଣଙ୍କ ଥକ୍କାପଣ ଦୂରେଇବା ସହ ପୁଣିଥରେ କାମ କରିବାକୁ ଏନର୍ଜେଟିକ୍  ଲାଗିବ । ଏହାକୁ କୁହାଯାଏ ’ନିଷ୍ପନ୍ଦ ଭାବ’। ଦ୍ବିପହର ଶୋଇବାକୁ ଆୟୁର୍ବେଦ ସେମାନଙ୍କ ପାଇଁ ଉଚିତ ବୋଲି କହେ ଯେଉଁମାନେ ଅତ୍ୟଧିକ ଥକ୍କା ଅନୁଭବ କରନ୍ତି । କିନ୍ତୁ ଏ ବିଶ୍ରାମର ସମୟ ୩୦ରୁ ୬୦ ମିନିଟ୍ ଭିତରେ ହେବା ଦରକାର। ତା’ଠାରୁ ଅଧିକ ନୁହେଁ । 

ତେବେ ଦିନରେ ବିଶ୍ରାମ ନେବାକୁ ସବୁଠାରୁ ସଠିକ୍ ଶବ୍ଦ ହେଉଛି ସଚେତନ ବିଶ୍ରାମ , ଆଖିବୁଜି ବିଶ୍ରାମ ନେଉଥିବେ କିନ୍ତୁ ଗଭୀର ନିଦ୍ରାକୁ ଯାଉନଥିବେ । ଏଥିପାଇଁ ଯୋଗ ଆସନରେ ବସିବାକୁ ପଡ଼ିବ । ଚତୁଃପାର୍ଶ୍ବର ଧ୍ୟାନ ଥିବ। ୧୫ ମିନିଟର ଯୋଗଆସନ ୮ ଘଣ୍ଟାର ଗାଢ଼ ନିଦ ସହ ସମାନ । ତେଣୁ ଦ୍ବିପହରେ ଶୋଇବା ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ସମୟ ସ୍ଥିତି ସହ ଏହାକୁ ସଠିକ ଭାବେ ଗ୍ରହଣ କଲେ ଶରୀର ଠିକ୍ ରୁହେ ନଚେତ୍ ଆଳସ୍ୟ ଆବୋରି ବସେ ।