Photograph: (kanaknews)
କନକବ୍ୟୁରୋ : ଆଇଆରଏସ୍ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଘଟିଛି ଛାତି ଥରାଇ ଦେଲା ଭଳି ଘଟଣା । IRS କ୍ବାଟର୍ସ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡଂ କରିଛନ୍ତି ଜଣେ ଆଇଆରଏଏସ ଅଫିସର। ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ଚହଳ ପଡିଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ଆଇଆରଏସଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ ।
ପୀଡ଼ିତାଙ୍କ ଭିଡ଼ିଓ ଭାଇରଲ ତିନି ଜଣକ ବୟାନ ରେକର୍ଡ କରାଯାଇଛି। ଏହାସହ ଫରେନସିକ ଯିବ ପୀଡ଼ିତାଙ୍କ ମୋବାଇଲ । ୧୭ ତାରିଖରେ ଇନ୍ଫୋସିଟି ପୁଲିସ ଏନେଇ ୬୭ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରିଛି ପୁଲିସ। ପୀଡିତାଙ୍କ ଅଭିଯୋଗକୁ ନେଇ ଦୁଇ ଜଣକୁ ଡାକି ପଚରା ଉଚରା କଲା ପୁଲିସ। ଜଣେ ମହିଳା ଓ ମହିଳାଙ୍କ ସ୍ୱାମୀଙ୍କୁ ଡାକି ପଚରା ଉଚରା କରିବା ସହ ମୋବାଇଲ ଜବତ କରାଯାଇଛି। ପୀଡିତା, ଜଣେ ମହିଳା, ମହିଳାଙ୍କ ସ୍ୱାମୀ ତିନିଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ୧୮୦ ବିଏନଏସରେ ବୟାନ ରେକର୍ଡ କଲା ଇନ୍ଫୋସିଟି ପୁଲିସ । ଜବତ ମୋବାଇଲକୁ ଫରେନସିକ ଏକଜାମ ପାଇଁ ପଠାଇବ ପୁଲିସ ।
ଏନେଇ ଥାନାରେ ଅଭିଯୋଗ ପରେ ରାଜଧାନୀରେ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି । ଆଇଆରଏସ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଦଫା ଲଗାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଛି। ଏଣେ ସୂତ୍ରରୁ ଜଣାଯାଇଛି ଯେ ଆଇଆରଏସ ଅଫିସରଜଣକ ଫେରାର ଅଛନ୍ତି । ତାଙ୍କୁ ପୁଲିସ୍ ଖୋଜୁଛି ।
Follow Us