କନକ ବ୍ୟୁରୋ: ଆଇଆର୍ଏସ୍ ବାବୁଙ୍କ କାଣ୍ଡକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା । ସହିଦ ନଗର ଥାନାରେ ଜଣେ ମହିଳାଙ୍କ ଅଭିଯୋଗ ପତ୍ର ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କନକ ନ୍ୟୁଜ୍ ହାତରେ ଲାଗିଛି ସେହି ଏଫ୍ଆଇଆର୍ କପି । ମହିଳାଙ୍କ ଅଭିଯୋଗ- ଆଇଆର୍ଏସ୍ ବାବୁ ଜଣକ ତାଙ୍କ ସରକାରୀ କ୍ୱାର୍ଟର୍ସ ଭିତରେ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ସହିଦ ନଗର ଥାନା ଅଞ୍ଚଳରେ ଥିବା ଏହି ଆଇଆର୍ଏସଙ୍କ କ୍ୱାର୍ଟର୍ସ ଭିତରେ କେବଳ ଦୁଷ୍କର୍ମ ନୁହେଁ, ବରଂ ବ୍ଲାକମେଲିଂର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ବାବୁ । ନଜର ପକାନ୍ତୁ କଣ ରହିଛି ପୂରା ଘଟଣା ।
- IRSଙ୍କ ଲାପ୍ଟପ୍ରେ ମହିଳାଙ୍କ ଅଶ୍ଳୀଳ ଭିଡିଓ !
- ବ୍ଲାକ୍ମେଲ୍ କରି କ୍ୱାର୍ଟର୍ସରେ ଦୁଷ୍କର୍ମ କଲେ ବାବୁ !
- ଏତଲା କପିରୁ ସାମ୍ନାକୁ ଆସିଲା କଳା କାରନାମା !
ଭାରତୀୟ ରାଜସ୍ୱ ସେବା ଅଧିକାରୀ ଜଣକ ଭୁବନେଶ୍ୱର ସତସଙ୍ଗ ବିହାରସ୍ଥିତ ନିଜ ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସହିଦନଗର ଥାନାରେ ଏନେଇ ମାମଲା ରୁଜୁ ପରେ ଚାରିଆଡ଼େ ଚର୍ଚ୍ଚା ।
ଏହା ବି ପଢ଼ନ୍ତୁ: ଏଥର ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବଜେଟ୍ : ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ହଜାରେ କୋଟି ମଞ୍ଜୁର
ଅଭିଯୋଗ ଅନୁସାରେ, ଆଇଆର୍ଏସ୍ ଅଧିକାରୀଙ୍କ କ୍ୱାର୍ଟର୍ସକୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ଆସିଥିଲେ ଅଫିସରଙ୍କ ଭଉଣୀ ଓ ଭଉଣୀଙ୍କ ମହିଳା ସାଙ୍ଗ । ଜାନୁଆରି ୧୫ରେ ଅଫିସରଙ୍କ ପତ୍ନୀ ଓ ଭଉଣୀ କୌଣସି କାମରେ ବାହାରକୁ ଯାଇଥିଲେ । ଘରେ ମହିଳାଙ୍କୁ ଏକୁଟିଆ ପାଇ ଲାପ୍ଟପ୍ରେ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବା ସହ ଦୁଷ୍କର୍ମ କରିଥିଲେ ଅଫିସର । କାହାକୁ ଜଣାଇଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ଉପାୟ ନପାଇ କାହାକୁ କିଛି ନକହି କ୍ୱାର୍ଟର୍ସ ଛାଡ଼ି ପଳାଇଥିଲେ ମହିଳା । ଏପଟେ ଜରୁରୀ ଫୋନ୍ ଆସିବାରୁ ମହିଳା ଜଣକ ଗାଁକୁ ପଳାଇଛନ୍ତି ବୋଲି ନିଜ ପତ୍ନୀ ଓ ଭଉଣୀଙ୍କୁ କହିଥିଲେ ଅଫିସର୍ । କଥା ଏତିକିରେ ସରିନଥିଲା । ଫେବ୍ରୁଆରି ୧୮ରେ ମହିଳା ଜାଣିବାକୁ ପାଇଥିଲେ ଯେ, ଅଫିସର ତାଙ୍କ ଭିଡିଓ ଭାଇରାଲ୍ କରି ଦେଇଛନ୍ତି । ଏହାପରେ ଆଇଆର୍ଏସ୍ ଅଧିକାରୀ ପୁଣି ଭିଡିଓକୁ ଘର ଲୋକଙ୍କୁ ପଠାଇଦେବେ ବୋଲି ଧମକ ଦେଇ ମହିଳାଙ୍କୁ ପୁରୀର ଏକ ହୋଟେଲକୁ ଡାକିଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ୨୦ ତାରିଖରେ ସହିଦନଗର ଥାନାରେ ସେ ଏତଲା ଦେବା ପରେ, ଦୁଷ୍କର୍ମ ମାମଲା ରୁଜୁ କରିଛି କମିସନରେଟ୍ ପୁଲିସ ।
ମହିଳାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି । ଅନ୍ୟପଟେ ଇନଫୋସିଟି ଥାନାରେ ଭିଡିଓ ଭାଇରାଲ ନେଇ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମୋବାଇଲକୁ ଫରେନସିକ ଯାଞ୍ଚ ପାଇଁ ପଠାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/22/sexual-assault-allegation-2026-02-22-20-03-16.jpg)