କାମରେ ଆସୁନି ଜଳସେଚନ ପ୍ରକଳ୍ପ । ପଡ଼ିଆ ପଡିଛି ଏକର ଏକର ଚାଷ ଜମି ।

Advertisment

କାମରେ ଆସୁନି ଜଳସେଚନ ପ୍ରକଳ୍ପ । ତ୍ରୁଟିପୂର୍ଣ ନିର୍ମାଣ ଯୋଗୁଁ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା। ନଦୀରୁ ପାଣି ଉଠାଇ ବିଲରେ ମଡ଼ାଇବା ଦିଗରେ ବିଫଳ ହୋଇଛି ପ୍ରକଳ୍ପ । ବର୍ଷା ଭରସାରେ ରହୁଛନ୍ତି ଚାଷୀ । 

କାମରେ ଆସୁନି ଜଳସେଚନ ପ୍ରକଳ୍ପ । ତ୍ରୁଟିପୂର୍ଣ ନିର୍ମାଣ ଯୋଗୁଁ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା। ନଦୀରୁ ପାଣି ଉଠାଇ ବିଲରେ ମଡ଼ାଇବା ଦିଗରେ ବିଫଳ ହୋଇଛି ପ୍ରକଳ୍ପ । ବର୍ଷା ଭରସାରେ ରହୁଛନ୍ତି ଚାଷୀ । 

31୍୍ିୁ

କନକ ବ୍ୟୁରୋ:  ପ୍ରକଳ୍ପ ଯୋଗୁଁ ଉପକୃତ ହେବେ ଚାଷୀ । ଏନେଇ କୋଟି କୋଟି ବ୍ୟୟ ବରାଦ ହୋଇ କାମ ହେଲା । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଭେଡ଼େନ ନଦୀ କୂଳରେ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ଏହା କାମରେ ଲାଗିପାରୁ ନାହିଁ । ୨୫ କୋଟି ୭୩ ଲକ୍ଷ ବ୍ୟୟରେ ତିଆରି ହେଲା ପାର୍ବତିଗିରି ଉଠା ଜଳସେଚନ ପ୍ରକଳ୍ପ । ହେଲେ ଯେଉଁ ଲକ୍ଷ୍ୟରେ ଏହାର ପରିକଳ୍ପନା କରାଯାଇଥିଲା ତାହା ହାସଲ ହୋଇପାରୁନାହିଁ । 

ନଦୀରୁ ପାଣି ଉଠାଇ ପାରୁ ନଥିବାରୁ ହଜାର ହଜାର ଏକର ଧାନ ଚାଷ ବର୍ଷାଭାବରୁ ଉଜୁଡ଼ିବାକୁ ବସିଲାଣି ।  ନଦୀରେ ପାଣି ଅଛି ମାତ୍ର ଏହି ପ୍ରକଳ୍ପ ପାଣି ଉଠାଇ ବିଲରେ ମଡ଼ାଇବା ଦିଗରେ ସକ୍ଷମ ହେଉନାହିଁ । ଏହାକୁ ନେଇ ଚାଷୀକୂଳ  ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ପ୍ରତିକାର ପାଇଁ  ଦାବି କରିଛନ୍ତି । ନଚେତ୍ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । 
 
ବର୍ଷା ଦିନରେ ପ୍ରକଳ୍ପ ଚାଲୁଥିବା ବେଳେ ବର୍ଷା ସରିଗଲେ ପ୍ରକଳ୍ପ ଚାଲିବା ମଧ୍ୟ ବନ୍ଦ ହୋଇଯାଏ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଝାରସୁଗୁଡା ସମାସିଂହା ପଞ୍ଚାୟତର ୫ଟି ଗ୍ରାମର ପାଖାପାଖି ୧୦୦୦ ହେକ୍ଟର ଚାଷଜମିରେ ପାଣି ମାଡିବ ବୋଲି କୁହାଯାଇଥିଲା । ହେଲେ ଭୂଲ ସ୍ଥାନରେ ପମ୍ପ୍ ବସାଯାଇଥିବା ହେତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଚାଷୀମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । ପୂର୍ବରୁ ବହୁବାର ଏହି ଜଳସେଚନ ପ୍ରକଳ୍ପକୁ ସଚଳ କରିବାକୁ ହୋଇଥିବା ଦାବି କେହି ଶୁଣି ନାହାନ୍ତି । ଏଥିପ୍ରତି ଖୁବଶୀଘ୍ର ଗୁରୁତ୍ୱ ଦିଆଗଲେ ଶହଶହ ଚାଷୀ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe