କନକ ବ୍ୟୁରୋ : ବର୍ଷା ଦିନେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ପ୍ରବାହିତ ଅଙ୍ଗ ନଦୀରେ ବନ୍ୟା ଆସେ । ଲୋକମାନେ ବହୁ ଅସୁବିଧା ଭୋଗନ୍ତି । ତା'ର ସମାଧାନ ପାଇଁ ଓସିସି ତତ୍ୱାବଧାନରେ ଘୁଛେପାଲିରୁ ଆଗଲପୁର ପର୍ଯ୍ୟନ୍ତ ୭ କି.ମି ଲମ୍ୱ ଫ୍ଲଡ୍ ପ୍ରୋଟେକ୍ସନ ସାଇଡ୍ ୱାଲ ନିର୍ମାଣ ହେଉଛି । ସେଥିପାଇଁ ପ୍ରାୟ ୨୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚାଷୀଙ୍କ ଅଜାଣତରେ ତାଙ୍କ ଜମିରୁ ମାଟି ଉଠାଇ, ବିନା ଅନୁମତିରେ ଗଛ କାଟି ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରୁଥିଲେ ମଧ୍ୟ ତହସିଲଦାର କି ଅନ୍ୟ ଅଧିକାରୀ କେହି ଶୁଣୁନାହାନ୍ତି ।
ସରକାରଙ୍କୁ ରାଜସ୍ବ ଦେଇ ମାଟି ପ୍ୟାକିଂ କରିବା ସହ ଅତ୍ୟାବଶ୍ୟକ ହେଲେ ବନ ବିଭାଗ ଅନୁମତି ନେଇ ଗଛ କାଟିବା କଥା । କିନ୍ତୁ, ଠିକାଦାର, ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ସାଲାସୁତରା କରି ବେଆଇନ୍ କାରବାର ଚଳାଇଥିବା ଅଭିଯୋଗ ହୋଇଛି ।
ପ୍ରବଳ ତାତି ଭିତରେ ଗଛ କଟାକୁ ନେଇ ଚାଷୀ ତାତି ଉଠୁଛନ୍ତି। ସେପଟେ ଏସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ଅମଙ୍ଗ ବିଭାଗୀୟ ବାବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/03/A5sm4ggQiM9h0wSsor7f.jpg)