କାଳିଆ ଯୋଜନାରେ ଅନିୟମିତତା ; ୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଟଙ୍କା ।

କାଳିଆ ଯୋଜନାରେ ଅନିୟମିତତା ; ୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ୭୮୨କୋଟି ୨୬ଲକ୍ଷ କାଳିଆ ଟଙ୍କା । ଘୋଷଣାର ୨ବର୍ଷ ପରେ ବି ଆରମ୍ଭ ହୋଇନି ସ୍କଲାରସିପ। କୃଷିମନ୍ତ୍ରୀ କହିଲେ, ରିପୋର୍ଟକୁ କରାଯିବ ଅନୁଧ୍ୟାନ ।

kalioa------

କନକ ବ୍ୟୁରୋ:  କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଏକ ଲୋକପ୍ରିୟ ଯୋଜନା ‘କାଳିଆ’ରେ ହୋଇଥିବା ବ୍ୟାପକ କେଳେଙ୍କାରୀକୁ ଧରିଛନ୍ତି ସିଏଜି । ଏହି ରିପୋର୍ଟ ଅନୁସାରେ,  ଲକ୍ଷ ଲକ୍ଷ ଅଯୋଗ୍ୟ ହାତାଧିକାରୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରାଯାଇଥିଲା । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି ।  

ଅଯୋଗ୍ୟ ଓ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରିବାରେ କୃଷି ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ମନଇଚ୍ଛା ବିଭିନ୍ନ ହିତାଧିକାରୀଙ୍କ ଖାତାରେ ଟଙ୍କା ଜମା କରାଯାଇଥିଲା । ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ତାହା ତୁରନ୍ତ ଅସୁଲ କରିବା ଲାଗି ପଦକ୍ଷେପ ନେବାକୁ ସିଏଜି ସୁପାରିସ କରିଛନ୍ତି । 

ଅଡିଟ୍‌ ରିପୋର୍ଟରୁ ଅନୁସାରେ;

୧୨ ଲକ୍ଷ ୭୨ ହଜାର ଅଯୋଗ୍ୟଙ୍କୁ ପୂର୍ବ ସରକାର ବାଣ୍ଟିଥିଲେ ୭୮୨ କୋଟି ଟଙ୍କା ।
ଚାରିଚକିଆ ଗାଡ଼ି ମାଲିକ, ସରକାରୀ ଚାକିରିଆଙ୍କୁ ମିଳୁଥିଲା କାଳିଆ ସହାୟତା  ।
ଆୟକରଦାତାଙ୍କୁ ମଧ୍ୟ  କାଳିଆ ଟଙ୍କା ବଣ୍ଟା ଯାଉଥିଲା ।
ବହୁ ପରିବାରର ଏକାଧିକ ସଦସ୍ୟ ପାଇଥିଲେ କାଳିଆ ଟଙ୍କା  ।
କାଳିଆ ହିତାଧିକାରୀଙ୍କ ନାଁରେ ଟଙ୍କା ନେଇଛନ୍ତି ୧ଲକ୍ଷ ୨୮ହଜାର  । ।
୧ଲକ୍ଷ ୨୮ହଜାରଙ୍କୁ ଦିଆଯାଇଛି ୧୦୭କୋଟି ୬୪ଲକ୍ଷ ଟଙ୍କା   ।
୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା ।
୭୮୨କୋଟି ୨୬ଲକ୍ଷ ଟଙ୍କା ପାଇଛନ୍ତି ଅଯୋଗ୍ୟ ହିତାଧିକାରୀ । ।
ବିନା ପ୍ରଶିକ୍ଷଣରେ ୧୪ଲକ୍ଷ ୪ହଜାର ଭୂମିହୀନଙ୍କୁ ଦିଆଯାଇଥିଲା ୩ଟି କିସ୍ତି ।
୨୦୧୯ରୁ ୨୦୨୨ ମଧ୍ୟରେ ୬୫ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ଟଙ୍କା ବଣ୍ଟା ଯାଇଛି ।
୧୧ ହଜାର ୯୭୨ ଜଣ ସରକାରୀ କର୍ମଚାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା ।
ବୃତ୍ତିଗତ କର ଓ ଆୟକର ଦେଉଥିବା ୧୭୯୪ ଜଣ ବ୍ୟକ୍ତିଙ୍କୁ ‘କାଳିଆ’ ଟଙ୍କା ଦିଆଯାଇଛି ।
ଚାରିଚକିଆ ଏବଂ ଭାରୀ ଯାନ ଓ ଟ୍ରାକ୍ଟର ରଖିଥିବା ୫,୧୪୫ ଜଣଙ୍କୁ ମଧ୍ୟ ‘କାଳିଆ’ ଟଙ୍କା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe