କନକ ବ୍ୟୁରୋ: ୬୦ ଡେଇଁଲେ ମିଳିବ ଭତ୍ତା । ଏ ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନାରା । ଦିବ୍ୟାଙ୍ଗ, ବିଧବା, ସ୍ବାମୀ ପରିତ୍ୟକ୍ତା, ଏଡ୍ସ ରୋଗୀ କିମ୍ବା କୋଭିଡରେ ବାପା, ମାଙ୍କୁ ହରାଇଥିବା ପିଲାଙ୍କୁ ବି ଭତ୍ତା ଦେଉଛନ୍ତି ସରକାର । ଏଥିପାଇଁ ମାସିକ ଶହ ଶହ କୋଟି ଖର୍ଚ୍ଚ ହେଉଛି । ଓଡ଼ିଶାରେ ଏବେ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷାଭ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି । ମଧୁବାବୁ ପେନସନ ଯୋଜନାରେ ୩୬ଲକ୍ଷ ୬୪ହଜାର ୪ ଜଣ ଭତ୍ତା ପାଉଛନ୍ତି । ସେହିପରି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୨୦ଲକ୍ଷ ୧୭ ହଜାର ୯୭୮ ଜଣଙ୍କୁ ଭତ୍ତା ମିଳୁଛି । ହେଲେ ଏବେ ବି ରାଜ୍ୟରେ ଲକ୍ଷ ଲକ୍ଷ ଆବେଦନକାରୀ ଭତ୍ତାକୁ ଚାହି ରହିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭେଜିପୁଟ ଗାଁର ୬୩ ବର୍ଷୀୟ ରଜନୀ ସ୍ବାଇଁ ଚାଲିବାକୁ ଅସମର୍ଥ । ୩ ବର୍ଷ ହେଲା ଭତା ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ । କିନ୍ତୁ ଆଜି ପର୍ଯ୍ୟନ୍ତ ଭତା ମିଳିପାରିନି । ଭତ୍ତା ଅପେକ୍ଷାରେ ରଜନୀ ରହିଥିବା ବେଳେ ଏବେ ଘର ଚଳିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭତ୍ତା ନ ମିଳିଲେ ସେମାନଙ୍କ ପେଟକୁ ଦାନ ଯୋଗାଡ଼ କରିବା କଷ୍ଟକର। 

Advertisment

ଏବେ ଆସନ୍ତୁ ନଜର ପକାଇବା କିଛି ସରକାରୀ ତଥ୍ୟ ଉପରେ - 
ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ- ୩୬,୬୪,୦୦୪
ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀ- ୨୦,୧୭,୯୭୮
୮୦ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହିତାଧିକାରୀ-୩,୭୨,୯୫୩
୮୦% କିମ୍ବା ତଦୁର୍ଦ୍ଧ୍ବ ଦିବ୍ୟାଙ୍ଗ ହିତାଧିକାରୀ-୧,୫୦,୩୩୩
ମଧୁବାବୁ ପେନସନ ଯୋଜନାରେ ଆବେଦନକାରୀ- ୬,୯୧,୮୨୨
ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଆବେଦନକାରୀ- ୧୬,୨୬୭
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଭତ୍ତା ଆବେଦନକାରୀ
ମଧୁବାବୁ ପେନସନ ଯୋଜନାରେ ୭୧,୪୧୭ ଜଣ ଅପେକ୍ଷାରେ
ମାଲକାନଗିରିରେ ସବୁଠୁ କମ୍‌ ୪,୩୪୭ ଆବେଦନକାରୀ
‌ଆବେଦନକାରୀ ବର୍ଷ ବର୍ଷ ଧରି ଭତ୍ତା ଅପେକ୍ଷାରେ
ଅନ୍‌ଲାଇନ୍‌/ଅଫ୍‌ଲାଇନରେ ଆବେଦନ କରି ବି ପାଳି ପଡ଼ୁନି
ସ୍ଲଟ୍‌ ଫାଙ୍କା ନଥିବାରୁ ନୂଆ ହିତାଧିକାରୀଙ୍କ ଭାଗ୍ୟ ଫିଟୁନି
୧୬୦ ଜଣ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭତ୍ତାକୁ ଚାହିଁଛନ୍ତି
କିଏ ମଲେ କିମ୍ବା କଟିଲେ ଏମାନଙ୍କ ନାଁ ଯୋଡ଼ାଯିବ

ମଧୁବାବୁ ପେନସନ ଯୋଜନା
କେଉଁ ଜିଲ୍ଲାରେ କେତେ?
ଅନୁଗୁଳ- ୨୧,୨୪୧
ବାଲେଶ୍ବର- ୪୦,୮୬୭
ବରଗଡ଼- ୨୮,୯୩୯
ଭଦ୍ରକ- ୩୦,୯୯୬
ବଲାଙ୍ଗୀର- ୩୪,୪୬୮
ବୌଦ୍ଧ- ୬,୫୩୨
କଟକ- ୪୦,୯୨୬ 
ଦେଓଗଡ଼- ୪,୩୭୮
ଢେଙ୍କାନାଳ- ୧୯,୬୮୮
ଗଜପତି- ୭,୨୧୫
ଗଞ୍ଜାମ- ୭୧,୪୧୭
ଜଗତସିଂହପୁର- ୧୯,୦୯୭
ଯାଜପୁର- ୩୭,୯୭୫
ଝାରସୁଗୁଡ଼ା- ୬,୯୮୨
କଳାହାଣ୍ଡି- ୨୫,୫୧୪
କନ୍ଧମାଳ- ୫,୫୬୮
କେନ୍ଦ୍ରାପଡ଼ା- ୩୨,୬୨୩
କେନ୍ଦୁଝର- ୩୪,୪୪୬
ଖୋର୍ଦ୍ଧା- ୩୦,୦୯୮
କୋରାପୁଟ- ୧୪,୮୪୫
ମାଲକାନଗିରି- ୪,୩୪୭
ମୟୂରଭଞ୍ଜ- ୪୭,୪୫୮
ନବରଙ୍ଗପୁର- ୧୧,୩୮୫
ନୟାଗଡ଼- ୧୫,୪୭୯
ନୂଆପଡ଼ା- ୪,୪୩୮
ପୁରୀ- ୩୩,୮୮୩
ରାୟଗଡ଼ା- ୧୩,୨୯୯
ସମ୍ବଲପୁର- ୧୨,୫୫୧
ସୋନପୁର- ୮,୮୩୫
ସୁନ୍ଦରଗଡ଼- ୨୬,୩୩୨