ବିଏଡ୍ ଏଣ୍ଟ୍ରାନ୍ସରେ ବି କେଳେଙ୍କାରୀ ; ମାର୍କ ଦେବାରେ ତ୍ରୁଟି ଅଭିଯୋଗ

ବିଏଡ୍ ପ୍ରବେଶିକା ପରୀକ୍ଷାରେ ବି କେଳେଙ୍କାରୀ । ତ୍ରୁଟିପୂର୍ଣ୍ଣ ଭାବେ ମାର୍କ ଦିଆଯାଇଥିବା ଅଭିଯୋଗ ପରେ ବଢ଼ିଲା ସନ୍ଦେହ । ପ୍ରଶ୍ନ, କାର୍ପଟଦାର କିଏ ?

36

କନକ ବ୍ୟୁରୋ: ପରୀକ୍ଷା ଫଳରେ ତ୍ରୁଟି, ନାମଲେଖା ସ୍ଥଗିତ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ । କିନ୍ତୁ କେବେ ଉତ୍ତରଖାତାର ଯାଞ୍ଚ ହେବ ତାହାର ଉତ୍ତର କାହା ପାଖରେ ନାହିଁ।  ଉଚ୍ଚଶିକ୍ଷା ବିଭାଗର ଏ ଚିଠି କେବଳ ବିଏଡ୍‌, ବିଏଚଇଡି ଓ ଏମଏଡ୍‌ ଆଡମିଶନକୁ ସ୍ଥଗିତ କରିନି ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଶଙ୍କା ଭିତରକୁ ଠେଲି ଦେଇଛି । ପ୍ରବେଶିକା ପରୀକ୍ଷା ଫଳରେ ତ୍ରୁଟି, ଜାଲିଆତି ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ପ୍ରବେଶିକା ପରୀକ୍ଷାର ଦାୟିତ୍ବ ନେଇଥିବା ଏସ୍‌ଏସ୍‌ବି ଉତ୍ତର ପତ୍ର ପ୍ରକାଶ ନକରି ସ୍କୋରକାର୍ଡ ପ୍ରକାଶ କରିବାରୁ ଛାତ୍ରଛାତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ଫଳରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାଦ୍ ଦେଇ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା । ଏଭଳି ଅଭିଯୋଗ ପରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାର ଚେତା ପଶିଛି। 

ରାଜ୍ୟରେ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ନୂଆ ନୁହେଁ  । ବିଏଡ୍, ବିଏଚଇଡି ଓ ଏମଏଡ୍‌ ପ୍ରବେଶିକା ପରୀକ୍ଷାରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରିଛନ୍ତି ଛାତ୍ରଛାତ୍ରୀ । ଟଙ୍କା ବଦଳରେ ଆସନ ବିକ୍ରି ହେଉଛି । ଯୋଗ୍ୟ ବଦଳରେ ଅଯୋଗ୍ୟଙ୍କୁ ସୁଯୋଗ ଦେବାକୁ ଖାତାଦେଖାରେ ଜାଲିଆତି ହେଉଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନ ଉଠୁଛି, କିଏ କରୁଛି ସିଟ୍ ବିକ୍ରି? କେତେ ଟଙ୍କାରେ ହେଉଛି ଡିଲ୍? କେଳେଙ୍କାରୀ ପଛର କିଏ ସେହି କରିତକର୍ମା?

ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ପୁନଃ ଯାଞ୍ଚ କେବେ ହେବ ? ସେନେଇ କୌଣସି ସ୍ପଷ୍ଟୋକ୍ତି ନାହିଁ । ତେଣୁ ନାମଲେଖା ପ୍ରକ୍ରିୟା ବିଳମ୍ବିତ ହେବା ନିଶ୍ଚିତ । ଯାହା ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe