କନକ ବ୍ୟୁରୋ: ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ । ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ । ଇସ୍କନ ପକ୍ଷରୁ ମିଳିଥିବା ଦସ୍ତାବିଜ୍ ଅନୁଧ୍ୟାନ ପରେ ଏହା ଜଣାଯାଇଛି । କିନ୍ତୁ ଇସ୍କନର ଏହି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହା କହିଛନ୍ତି ।
ଗଜପତି ମହାରାଜଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଢ଼ୀ କହିଛନ୍ତି, ଇସ୍କନ ପକ୍ଷରୁ ଭାରତ ଓ ବିଦେଶରେ ଅସମୟରେ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି । ଗଜପତି ମହାରାଜ ଏନେଇ ଅନେକ ଥର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ଗଜପତି ମହାରାଜ ଚିଠିରେ ଉଲ୍ଲେଖ କରିଥିଲେ, ପୁରୀରେ ରଥଯାତ୍ରା ସମୟରେ ଭାରତ ଓ ବିଦେଶରେ ରଥଯାତ୍ରାର ଆୟୋଜନ କରାଯାଉ । ଶାସ୍ତ୍ର ସମ୍ମତ ଅନୁସାରେ ରଥଯାତ୍ରା ପାଳନ କରାଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/06/ww-2025-09-06-20-47-09.jpg)