କନକ ବ୍ୟୁରୋ: କାମରେ ଆସୁନି ପୌରାଞ୍ଚଳର ପରିସ୍ରାଗାର । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା  ବା ମୁକ୍ତା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପୌରାଞ୍ଚଳର ବିକାଶ ହୋଇଛି। ହେଲେ ଏହି ସବୁ ଯୋଜନାର ଅର୍ଥ ପାଣିରେ ପଡିଲା ଭଳି ଲାଗୁଛି । କାରଣ ଲୋକଙ୍କ କୌଣସି କାମରେ ଆସୁନି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ପରିସ୍ରାଗାର । 

Advertisment

ଛାତ ଉପରେ ପାଣି  ଟାଙ୍କି, ଟ୍ୟାପ, ବେସିନ ଲାଗିଛି ।  ରାସ୍ତା କଡ଼ରେ ଛୋଟ ଛୋଟ ଘର ଖଣ୍ଡିଏ କରାଯାଇ ଗୋଟିଏ ଗୋଟିଏ ପାରିସ୍ରାଗାର ହୋଇଛି ।   ପୌର ପ୍ରଶାସନର ନାଁ ଲେଖାଯାଇଛି  । ହେଲେ ଏସବୁ ବ୍ୟବହାର ଉପଯୋଗୀ ନୁହେଁ କେବଳ ଯେ ଲୋକ ଦେଖାଣିଆ ଘର ତାର ଭିତରକୁ ଦେଖିଲେ ବୁଝିହେବ।  ଖୋର୍ଦ୍ଧା ପୌରାଞ୍ଚଳର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତା ମାଧ୍ୟମ ରେ ୭୩ଟି ପ୍ରକଳ୍ପ ପାଇଁ ୬ କୋଟି ୭ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ସେଥିରୁ ପରିସ୍ରାଗାର ପାଇଁ ୪୨ ଲକ୍ଷ ୭୫ ହଜାର ଟଙ୍କା ମିଳିଥିଲା । ଗୋଟିଏ ଗୋଟିଏ ଗୋଟିଏ ପରିସ୍ରାଗର ପାଇଁ ୨ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୧୫ଟି ପରିସ୍ରାଗାର ନିର୍ମାଣ ହୋଇଛି । ହେଲେ ତାହ ଏବେ ବ୍ୟବହାର ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । 
ସହରର ବିଭିନ୍ନ ଛକ ବଜାର, ବ୍ୟାଙ୍କ ଛକ ,ବିଭିନ୍ନ ସାହି ଗଳିରେ ନିର୍ମାଣ ହୋଇଛି ଏହି ପରିସ୍ରାଗାର । ଯେଉଁଥିରେ ଟାଙ୍କି ରହିଛି ହେଲେ ପାଣି ଭର୍ତ୍ତି କରିବାର କୌଣସି ବ୍ୟବସ୍ଥା ନାହିଁ। ସେହିପରି ଟ୍ୟାପ, ବେସିନ,  ଲାଇଟ, ସବୁ ଭାଙ୍ଗିରୁଜି ଗଲାଣି । କାନ୍ଥରେ କଲର ହୋଇ ଚକାଚକ ହୋଇଥିବା ବେଳେ ଭିତରେ ପାଣିର ବ୍ୟବସ୍ଥା ନାହିଁ ।  

ଗୋଟିଏ ଗୋଟିଏ ପରିସ୍ରାଗାର ପାଇଁ ୨ଲକ୍ଷ ୩୫ ହଜାର ଟଙ୍କା ଖର୍ଚ ହୋଇଛି। ଯାହା ଗୋଟିଏ ଗୋଟିଏ ଆବାସ ଯୋଜନା ଠାରୁ ଅଧିକା । ଫଳକ ମାରି ଉଦଘାଟନ ବି ହୋଇଛି ହେଲେ ଏସବୁ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି ସ୍ଥାନୀୟ ଲୋକ କିମ୍ବା ବାଟରେ ଯାଉଥିବା ପଥିକ। ବାଧ୍ୟ ହୋଇ ଏଣେ ତେଣେ ପରିଶ୍ରା କରୁଥିବାର ଦେଖିବାକୁ ମିଳିଛି।