ସୁପ୍ରିମକୋର୍ଟଙ୍କ ଛାଟ ପରେ ବି ମାନୁନାହାନ୍ତି ମାଫିଆ; ବେଧଡ଼କ ଚାଲିଛି ଲୁହା ପଥର ଚୋରା ଚାଲାଣ

Advertisment

କେନ୍ଦୁଝରରେ ମାତିଛନ୍ତି ଖଣି ମାଫିଆ । ଆଉ ବେଧଡ଼କ ଚାଲିଛି ଲୁହାପଥର ଚୋରାଚାଲାଣ । ମଙ୍ଗଳବାର ପାଳସା ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ, ଆଜି ମାଲଙ୍ଗଟୋଲି ଜଙ୍ଗଲରୁ ଜବତ ହୋଇଛି ଲୁହାପଥର ବୋଝେଇ ୩ଟି ଟ୍ରକ୍ ।

କେନ୍ଦୁଝରରେ ମାତିଛନ୍ତି ଖଣି ମାଫିଆ । ଆଉ ବେଧଡ଼କ ଚାଲିଛି ଲୁହାପଥର ଚୋରାଚାଲାଣ । ମଙ୍ଗଳବାର ପାଳସା ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ, ଆଜି ମାଲଙ୍ଗଟୋଲି ଜଙ୍ଗଲରୁ ଜବତ ହୋଇଛି ଲୁହାପଥର ବୋଝେଇ ୩ଟି ଟ୍ରକ୍ ।

Iron Ore Smuggling

Iron Ore Smuggling Photograph: (Kanak News)

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ । ବେଧଡ଼କ ଚାଲିଛି ଲୁହାପଥର ଚୋରାଲାଣ । ଗତକାଲି ଗୋଟିଏ ଲୁହାପଥର ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ ଆଜି ୩ଟି ଟ୍ରକ୍ ଜବତ ହୋଇଛି । ଶହେ ଟନରୁ ଅଧିକ ଲୁହାପଥର ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ ଓ ଖଣି ବିଭାଗ ।

କେନ୍ଦୁଝରରେ ମାତିଛନ୍ତି ଖଣି ମାଫିଆ । ଆଉ ବେଧଡ଼କ ଚାଲିଛି ଲୁହାପଥର ଚୋରାଚାଲାଣ । ମଙ୍ଗଳବାର ପାଳସା ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ, ଆଜି ମାଲଙ୍ଗଟୋଲି ଜଙ୍ଗଲରୁ ଜବତ ହୋଇଛି ଲୁହାପଥର ବୋଝେଇ ୩ଟି ଟ୍ରକ୍ । ପୁଲିସ ଓ ଖଣି ବିଭଗ ରାତି ୪ଟାରେ ଚଢ଼ାଉ କରି ଚୋରାଚାଲଣ ବେଳେ ଶହେ ଟନରୁ ଅଧିକ ଲୁହାପଥର ଜବତ କରିଛି । ଚାରି ଜଣଙ୍କୁ ଗିରଫ କରିଥିବା ବେଳେ, ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ : ମଦ ଯୋଗୁଁ ଉଜୁଡି ଯାଉଛି ସଂସାର; ବନ୍ଦ ହେବ ମଦ, ବଞ୍ଚିବ ସିନ୍ଦୂର

ଗତକାଲି ପାଳସା ଜଙ୍ଗଲରୁ ଲୁହାପଥର ଚୋରି କରୁଥିବା ସମୟରେ ବାମେବାରୀ ପୋଲିସ୍ ଗୋଟିଏ ଟ୍ରକ୍ ଓ ଲୋଡର୍ ମେସିନ୍ ସହିତ ଗୋଟିଏ ସ୍କର୍ପିଓ ଓ ଜଣକୁ ଗିରଫ କରିଛି । ପୂର୍ବରୁ ପୀଢ଼ପୋଖରୀ, ନୟାଗଡ଼ ରେଳ ସାଇଡିଂ ଆଦି ଲୁହାପଥର ଗଚ୍ଛିତ ସ୍ଥାନରେ ଚଢ଼ାଉ କରି ଚୋରା ଲୁହାପଥର ସହ ଗାଡ଼ି ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଖଣି ବିଭାଗ । ବିଗତ ୨ବର୍ଷରେ ୧୩ହଜାର ୨୫୦ଟନ୍ ଲୁହାପଥର ଜବତ ହୋଇଥିବା ବେଳେ ୧୪ ଜଣ ଗିରଫ ହୋଇଛନ୍ତି । ଚୋରାରେ ସମ୍ପୃକ୍ତ ୪୪ଟି ଟ୍ରକ୍ ମଧ୍ୟ ଜବତ ହୋଇଛି । ଏନେଇ ୧୬ଟି ମାମଲା ରୁଜୁ ହୋଇଛି ।

ବାରମ୍ବାର ଚଢ଼ାଉ ସତ୍ତ୍ୱେ ମାଫିଆମାନେ ନୂଆ ନୂଆ ଉପାୟରେ ଖଣିଜ ପଦାର୍ଥ ଚୋରି ଜାରି ରଖିଛି, ଯାହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe