କନକ ବ୍ୟୁରୋ: ଆୟରଲାଣ୍ଡ ୱାଟରଫୋର୍ଡ ଅଞ୍ଚଳର ଘଟଣା । ୬ ବର୍ଷର କୁନି ଝିଅ ଘର ବାହାରେ ଖେଳୁଥିଲା । ୧୦ ମାସର କୁନି ଭାଇ କାନ୍ଦିଲା ବୋଲି ମାଆ ଘର ଭିତରକୁ ଚାଲିଯାଇଥିଲେ । ଏତିକି ବେଳେ ଝିଅ ପାଖକୁ ଆସିଥିଲେ ୧୨- ୧୩ ବର୍ଷ ବୟସର ୫ଜଣ ପୁଅ । ସେମାନେ ଝିଅକୁ ’ ଡାର୍ଟି ଇଣ୍ଡିଆନ୍ସ … ଗୋ ବ୍ୟାକ୍ ଟୁ ଇଣ୍ଡିଆ ’ ବୋଲି କହିବା ସହ ସାଇକେଲ ନେଇ ତା’ର ପ୍ରାଇଭେଟ୍ ପାର୍ଟରେ ବାଡ଼େଇ ଦେଇଥିଲେ। ଏତିକିରେ ସେମାନଙ୍କ ମନ ବୁଝିନଥିଲା ଯେ, କୁନି ଝିଅର ମୁହଁକୁ ମୁଥା ମାରିଥିଲେ। ଝିଅ କାନ୍ଦି ଶୁଣି ମଆ ଆସି ଦେଖିଲା ବେଳକୁ ସେମାନେ ତାକୁ ରାଗିକି ଚାହୁଁଥିଲେ ।
ଝିଅକୁ ନେଇ ମାଆ ଆୟାରଲାଣ୍ଡ ପୁଲିସରେ ଅଭିଯୋଗ ଦେଇଛନ୍ତି । କିନ୍ତୁ ଅଭିଯୁକ୍ତଙ୍କୁ ଦଣ୍ଡ ନଦେଇ ବରଂ କାଉନସେଲିଂ କରିବାକୁ ଅନୁରୋଧ କରିଛନ୍ତି । କାରଣ ସେମାନଙ୍କୁ ନିଜ ବୃତ୍ତି ପାଇଁ ସେଠାରେ ରହିବାକୁ ପଡ଼ିବ ତେଣୁ ସେମାନେ କାହା ସହ ଶତ୍ରୁତା କରିବାକୁ ଚାହୁନାହାନ୍ତି ବରଂ ଶାନ୍ତିରେ ରହିବାକୁ ଚାହାନ୍ତି ବୋଲି କହିଛନ୍ତି ।
ଝିଅର ମାଆ ଜଣେ ନର୍ସ । ସେ ଆୟରଲାଣ୍ଡରେ ଗତ ୧୦ ବର୍ଷ ହେଲା ରହୁଛନ୍ତି ୨ ବର୍ଷ ତଳେ ଅୟାରଲାଣ୍ଡର ନାଗରିକତା ବି ଗ୍ରହଣ କରିଛନ୍ତି । ହେଲେ ଏଭଳି ସ୍ଥିତି ତାଙ୍କୁ ଏବେ ଚିନ୍ତାରେ ପକାଇଛି । କାରଣ ଏ ଘଟଣା ପରେ ତାଙ୍କ ଝିଅ ଏବେ ଭୟରେ ରହୁଛି । ଖେଳିବାକୁ ବି ବାହାରକୁ ବାହାରୁନି । ତେଣୁ ନିଜର ସୁରକ୍ଷା ପାଇଁ ସରକାରଙ୍କ ପାଖରେ ଚିନ୍ତା ବ୍ୟକ୍ତ କରିଛନ୍ତି ।