ଗଞ୍ଜେଇ କାରବାର କରୁଥିଲେ ଆଇଆରବି ଯବାନ : ଚାକିରିରୁ ବହିଷ୍କୃତ ହେଲେ ଜଣେ ହାବିଲଦାର, ୨କନେଷ୍ଟବଳ

Advertisment

ବେଆଇନ୍ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଯୋଗୁଁ ଚାଲିଗଲା ଚାକିରି । ବିଦା ହେଲେ ୩ଜଣ ଆଇଆରବି ଯବାନ

ବେଆଇନ୍ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଯୋଗୁଁ ଚାଲିଗଲା ଚାକିରି । ବିଦା ହେଲେ ୩ଜଣ ଆଇଆରବି ଯବାନ

07

Photograph: (kanaknews)

କନକବ୍ୟୁରୋ : ବେଆଇନ୍ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଯୋଗୁଁ ଚାଲିଗଲା ଚାକିରି । ବିଦା ହେଲେ ୩ଜଣ ଆଇଆରବି ଯବାନ ।  ବୌଦ୍ଧ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ୩ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ବହିଷ୍କୃତ ତିନି ଯବାନ ହେଲେ ହାବିଲଦାର କୁନାର ସିଂ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବରାଳ । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ନିଲମ୍ବିତ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ୩ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସପି । ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହାପରେ ସେହି ୩ ଆଇଆରବି ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe