ରେଭେନ୍ସା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ଇରାଶିଷ ; ବିରୋଧୀ ବିଧାୟକଙ୍କୁ କଲେ ଟାର୍ଗେଟ

Advertisment

ରେଭେନ୍ସା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ଇରାଶିଷ ; ବିରୋଧୀ ବିଧାୟକଙ୍କୁ କଲେ ଟାର୍ଗେଟ, କଡ଼ା ଭାଷାରେ ଭର୍ତ୍ସନା କଲେ

ରେଭେନ୍ସା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ଇରାଶିଷ ; ବିରୋଧୀ ବିଧାୟକଙ୍କୁ କଲେ ଟାର୍ଗେଟ, କଡ଼ା ଭାଷାରେ ଭର୍ତ୍ସନା କଲେ

irashis

କନକ ବ୍ୟୁରୋ: ଯେତେ ବେଳେ ଗୋଟେ ଘଟଣାକୁ ନେଇ ସ୍ଥିତି ସମ୍ବେଦନଶୀଳ ରହିଛି ସେଠାକୁ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଯାଉଥିଲେ କାହିଁକି? ଗୋଟେପଟେ ବିଧାନସଭା ଚାଲିଛି ପୁଣି ଯାହା ତାଙ୍କ ନିର୍ବାଚନ ମଣ୍ଡଳୀ ନୁହେଁ ତା ସତ୍ତ୍ଵେ ସେ କାହିଁକି ବିଧାୟକ କାହିଁକି ରେଭେନ୍ସା ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । 

ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି ହେଲେ  ଚାର୍ଜସିଟ ହୋଇନି । କାଉଣ୍ଟର ମାମଲା ବି ରୁଜୁ ହୋଇଛି । ଗତ ସରକାରରେ ବିନା ମାମଲାରେ ବି ଲୋକଙ୍କୁ ଗିରଫ କରାଯିବାର ନଜିର ରହିଛି । ହେଲେ ମାମଲା ଦାଏର ପରେ ବି କାହିଁକି ବିଧାୟକଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ ।

ଇରାଶିଷ ଆହୁରି ମଧ୍ୟ କହିଛନ୍ତି, ଜଣେ ହତ୍ୟାକାରୀ ହେଉଛନ୍ତି ରେଭେନ୍ସା। ନଅଙ୍କ ଦୁର୍ଭିକ୍ଷ ସମୟରେ ଟିଏସ ରେଭେନ୍ସାଙ୍କ ପାଇଁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହାପରେ ବି ତାଙ୍କୁ ସମର୍ଥନ କରିବା କ’ଣ ଓଡିଆ ଅସ୍ମିତା? ଏଭଳି ପ୍ରଶ୍ନ କରି ବିଜେଡି ବିଧାୟକଙ୍କ ବିରୋଧରେ ବର୍ଷିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe