କନକ ବ୍ୟୁରୋ : ୧୨ ଦିନର ବିଦ୍ରୋହରେ ସିରିଆରେ ୨୪ ବର୍ଷର ଅସଦ ସରକାରଙ୍କୁ ଗାଦିତ୍ୟୁତ କରିଛନ୍ତି ବିଦ୍ରୋହୀ। ରାଷ୍ଟ୍ରପତି ବଶୀର-ଅନ ଅସଦ ଦେଶ ଛାଡି ଋଷରେ ଆଶ୍ରୟ ନେଇଥିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସିରିଆର ବିଦ୍ରୋହ ପଛରେ ଆମେରିକା ଓ ଇସ୍ରାଏଲର ଭୂମିକା ରହିଛି। ଏହି ଦୁଇ ଦେଶ ଷଡଯନ୍ତ୍ର କରି ଅସଦଙ୍କୁ ଗାଦିଚ୍ୟୁତ କରିଥିବା ଦାବି କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଖାମେନି। ସିରିଆର ଶାସନ ଭାର ଏବେ ହାୟତ୍ ତହିର-ଅଲ-ସାମ(ଏଚଟିଏସ) ହାତରେ ଅଛି।

Advertisment

କେମିତି ୧୨ ଦିନରେ ସଫଳ ହେଲା ବିଦ୍ରୋହ ?
ପୂର୍ବରୁ ସିରିଆରେ ଅସଦ ସରକାରଙ୍କ ତିନି ପ୍ରମୁଖ ଶକ୍ତିଙ୍କ ସମର୍ଥନ ଥିଲା
ଋଷ, ଇରାନ ଏବଂ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାର ସମର୍ଥନ ରହିଥିଲା
ୟୁକ୍ରେନ ସହ ୩ ବର୍ଷ ଲଗାତାର ଯୁଦ୍ଧ ଯୋଗୁ ଋଷ ଦୁର୍ବଳ ହୋଇପଡିଛି 
ମିଶାଇଲ ମାଡ କରି ଇରାନକୁ ଭୟଭୀତ କରି ରଖିଛି ଇସ୍ରାଏଲ 
ଏଥିସହ ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନକୁ ମାଟି ମିଶାଇଦେଇଛି ଆଇଡିଏଫ
ଅସଦର ତିନି ପ୍ରମୁଖ ସହଯୋଗୀ ଦୁର୍ବଳ ହେବାକୂ ଅପେକ୍ଷା କରିଥିଲା ହାୟତ୍ ତହିର-ଅଲ-ସାମ(ଏଚଟିଏସ)
ସେଥିପାଇଁ ପୂର୍ବରୁ ଯୋଜନା ମୁତାବକ ଯୁଦ୍ଧବିରତି ଦିନ(ନଭେମ୍ବର ୨୭)ରେ ଆକ୍ରମଣ କରିଥିଲା ଏଚଟିଏସ୍
ଆମେରିକା-ଇସ୍ରାଏଲର ସମର୍ଥନ ଥିବା ୧୨ ଦିନରେ ବିଦ୍ରୋହରେ ପଲଟିଯାଇଥିଲା ଶାସନ ଭାର

ଗତ ସେପ୍ଟେମ୍ବର ଶେଷରେ ଯେତେବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଇରାନର ବଳିଷ୍ଠ ସଂଗଠନ ହେଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଏହା ତେହେରାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଇଥିଲା। ଏହାର ଦୁଇମାସ ପରେ ଏବେ ଇରାନର ପ୍ରମୁଖ ସହଯୋଗୀ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦ ଗାଦିଚ୍ୟୁତ  ହୋଇଛନ୍ତି। ଅସଦ ଶାସନର ପତନ ପରେ ଇରାନ ମୁଖ୍ୟ ଖାମେନିଙ୍କ ସହ ସମାନ ଘଟଣା ଘଟିବ କି ବୋଲି ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହେଉଛି। କାରଣ ହିଜବୁଲ୍ଲା ଏବଂ ଅସଦଙ୍କ ପତନ ଯୋଗୁ  ଇରାନ ଏହି ଅଞ୍ଚଳରେ ଇସ୍ରାଏଲ୍ ଏବଂ ଆମେରିକାର ପ୍ରଭାବକୁ ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରୁ ନାହିଁ।