କନକ ବ୍ୟୁରୋ : ଇରାନର ଜାତୀୟ ପୁଲିସ ମୁଖ୍ୟ ଦେଶରେ ହିଂସା ଘଟଣାରେ ସମ୍ପୃକ୍ତ ପ୍ରଦର୍ଶନକାରୀଙ୍କୁ ଏକ କଠୋର ଆଲଟିମେଟମ୍ ଜାରି କରିଛନ୍ତି । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଧମକ ଦେଇଛନ୍ତି । ନଚେତ୍ କଠୋର ଦଣ୍ଡାଦେଶ କରାଯିବ । ଏଥି ପାଇଁ ତିନି ଦିନ ସମୟ ଦିଆଯାଇଛି ବୋଲି ଚେତାବନୀ ଦେଇଛନ୍ତି । ଜାତୀୟ ପୁଲିସ ମୁଖ୍ୟ ଅହମଦ-ରେଜା ରାଦାନ କହିଛନ୍ତି, ଯେଉଁମାନେ ପ୍ରତିବାଦରେ ଅଂଶଗ୍ରହଣ କରିଛନ୍ତି ସେମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିବ ନଚେତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନୀତିନ ନବୀନଙ୍କ ଚଲାପଥ ନୁହେଁ ସହଜ : ସମ୍ମୁଖରେ ବହୁ ଆହ୍ବାନ ଆଉ ଅଗ୍ନିପରୀକ୍ଷା
ପ୍ରଦର୍ଶନ ଇରାନର ନେତୃତ୍ୱ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୧୧ ଦିନ ଧରି ଦେଶରେ ଇଣ୍ଟରନେଟ୍ ବନ୍ଦ ରହିଛି। ତେଣୁ ହିଂସାର ପ୍ରକୃତ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାନବାଧିକାର ଗୋଷ୍ଠୀଗୁଡ଼ିକ କହିଛନ୍ତି, କର୍ତ୍ତୃପକ୍ଷ ସ୍ୱୀକାର କରୁଥିବା କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଅଧିକ ମାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି। ହିଂସା ସମୟରେ ଅତି କମରେ ୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି ।
ତେବେ ମୃତକଙ୍କ ସଂଖ୍ୟାରେ କୌଣସି ସଠିକ ତଥ୍ୟ ମିଳି ପାରିନାହିଁ। ବିଭିନ୍ନ ମୃତକ ସଂଖ୍ୟା ରିପୋର୍ଟରେ କିଛି ତାଳମେଳ ରହୁନାହିଁ । ଜାତୀୟ ପୁଲିସ ମୁଖ୍ୟ କହିଛନ୍ତି ପ୍ରତିବାଦକାରୀମାନଙ୍କୁ ଉସୁକାଇ ହିଂସାକାଣ୍ ଭିଆଇ ଯାଇଛି। ସମୟସୀମା ମଧ୍ୟରେ ଆତ୍ମସମର୍ପଣ କଲେ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ।
ଇରାନ ଅଧିକାରୀମାନେ ଦାବି କରିଛନ୍ତି, ବିରୋଧ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା। ତେବେ ପରେ ଏହା ଆମେରିକା ଓ ଇସ୍ରାଏଲ ସମେତ ବିଦେଶୀ ଶତ୍ରୁମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହିଂସାରେ ପରିଣତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ଇରାନର କାର୍ଯ୍ୟନିର୍ବାହୀ, ବିଧାନସଭା ଓ ନ୍ୟାୟିକ ଶାଖାର ବରିଷ୍ଠ ଅଧିକାରୀମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ହିଂସା ଯୋଗୁ ହୋଇଥିବା ଆର୍ଥିକ କ୍ଷତିର ଭରଣା ପାଇଁ ଦିନରାତି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
କଠୋର ଦଣ୍ଡ ଚେତାବନୀ
ରାଷ୍ଟ୍ରପତି ମାସୁଦ ପେଜେଶ୍କିୟାନ, ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଓ ନ୍ୟାୟପାଳିକା ମୁଖ୍ୟ ଘୋଲାମହୋସେନ ମୋହସେନି ଏଜେଇଙ୍କ ସ୍ୱାକ୍ଷରିତ ବିବୃତିରେ କୁହାଯାଇଛି, ଆତଙ୍କବାଦୀ ଘଟଣା ପାଇଁ ଦାୟୀ ଲୋକଙ୍କୁ କଠୋର ଦଣ୍ଡ ମିଳିବ।
ପ୍ରଦର୍ଶନକାରୀଙ୍କୁ ସମ୍ଭାବ୍ୟ ମୃତ୍ୟୁଦଣ୍ଡ ନେଇ ମଧ୍ୟ ଚିନ୍ତା
ପ୍ରଦର୍ଶନକାରୀଙ୍କୁ ସମ୍ଭାବ୍ୟ ମୃତ୍ୟୁଦଣ୍ଡ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ସୋମବାର ଜାତିସଂଘ ଚେତାବନୀ ଦେଇଥିଲା ଯେ, ମୃତ୍ୟୁଦଣ୍ଡ ମାଧ୍ୟମରେ ଲୋକଙ୍କୁ ଭୟଭୀତ କରିବାକୁ ଇରାନ ଚାହୁଁଛି। ଜାତିସଂଘ ଅଧିକାର ମୁଖ୍ୟ ଭୋଲକର ତୁର୍କ କହିଛନ୍ତି, ଇରାନ ଗତ ବର୍ଷ ପ୍ରାୟ ୧,୫୦୦ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା। ଚୀନ୍ ପରେ ଦ୍ୱିତୀୟ ସ୍ଥନାରେ ଇରାନ ରହିଛି । ଇରାନ ସୁରକ୍ଷା ଅଧିକାରୀମାନଙ୍କ ଅନୁଯାୟୀ ପ୍ରାୟ ୩,୦୦୦ ଲୋକଙ୍କୁ ଗିରଫ କରାଯାଇଛି। କିନ୍ତୁ ମାନବାଧିକାର ଗୋଷ୍ଠୀଗୁଡ଼ିକ ଆକଳନ କରୁଛନ୍ତି, ଏହି ସଂଖ୍ୟା ୨୦,୦୦୦ପାଖାପାଖି ହୋଇପାରେ । ସରକାରୀ ଗଣମାଧ୍ୟମ ଅନୁଯାୟୀ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି କହିଛନ୍ତି, ସରକାର ଦେଶଦ୍ରୋହୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/20/iran-2026-01-20-11-15-14.jpg)