କନକ ବ୍ୟୁରୋ: ହିଜବୁଲ୍ଲା ମୁଖ୍ୟ ନସରୁଲ୍ଲାର ମୃତ୍ୟୁପରେ ଡରିଲା ଇରାନ । ହିଜବୁଲ୍ଲାକୁ ସମର୍ଥନ କରୁଥିବା ଇରାନରେ ଏବେ ବଡ ଧରଣର ହଲଚଲ ହୋଇଛି । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଭୟଭୀତ ହୋଇପଡିଛନ୍ତି। ଏସ୍ରାଏଲ ଆକ୍ରମଣ ଉପରେ ଆକ୍ରମଣ କରୁଥିବାରୁ ଇରାନ ଭୟଭୀତ ହୋଇପଡିଛି। ଯେଉଁ ଇରାନ କିଛି ଦିନ ପୂବରୁ ଇସ୍ରାଏଲ ତାର ସୀମା ଟପି ସାରିଛି ତାକୁ ଉଚିତ୍ ଜବାବ ଦିଆଯିବ। ଏବେ କିନ୍ତୁ ଇରାନର ସର୍ବୋଚ୍ଚ ନେତାଙ୍କୁ ମୃତ୍ୟୁର ଭୟ ଡରାଉଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂଚନା ଅନୁସାରେ, କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଇରାନ ଭିତରେ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ନସରାଲ୍ଲାଙ୍କ ମୃତ୍ୟୁ ପରେ ଇସ୍ରାଏଲ ହିଜବୁଲ୍ଲାର ଆଉ ଜଣେ କମାଡଙ୍କୁ ମଧ୍ୟ ନିପାତ କରିଥିଲା ।ଇସ୍ରାଏଲର ନାସରାଲ୍ଲାଙ୍କ ହତ୍ୟା ଘୋଷଣା ପରେ ଖାମେନେଇ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ହିଜବୁଲାଙ୍କ ଆଗରେ ରହି ପ୍ରତିରୋଧର ବାହିନୀ ଦ୍ୱାରା ଏହି ଅଞ୍ଚଳର ଭାଗ୍ୟ ସ୍ଥିର ହେବ। ଆଉ ଏହା ମଧ୍ୟ କହିଛନ୍ତି ଶହିଦଙ୍କ ରକ୍ତର ପ୍ରତିଶୋଧ ନିଆଯିବ।
Follow Us