କନକ ବ୍ୟୁରୋ : ପଶ୍ଚିମ ଏସିଆରେ ଉତ୍ତେଜନା ଚରମ ସ୍ତରରେ ରହିଛି । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲ ମିଳିତ ବିମାନ ଆକ୍ରମଣ ଜାରି ରଖିଛନ୍ତି ।  ଆକ୍ରମଣରେ ଇରାନର ଅନେକ ସହର କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣର ତୃତୀୟ ଦିନରେ ଆଜି ଇରାନର ରାଜଧାନୀ ତେହରାନର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ଇରାନ ମଧ୍ୟ ପ୍ରତିଶୋଧ ନେଉଛି। ଜାରି ରଖିଛି ପାଲଟା ଆକ୍ରମଣ ।  ଇରାନ ଦାବି କରିଛି ଯେ, କ୍ଷେପଣାସ୍ତ୍ରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ  ନେତାନ୍ୟାହୁଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରାଯାଇଛି ।

Advertisment

ଅଧିକ ପଢନ୍ତୁ: ଇରାନର ଗାନ୍ଧୀ ହସ୍ପିଟାଲକୁ ଟାର୍ଗେଟ କଲା ଇସ୍ରାଏଲ: ଅନେକ ୱାର୍ଡ ଧ୍ୱଂସ

ଇରାନର ଇସଲାମିକ୍ ରିଭଲ୍ୟୁସନାନି ଗାର୍ଡ କର୍ପସ- ଆଇଆରଜିସି ଦାବି କରିଛି ଯେ ଏହାର ସଦ୍ୟତମ କ୍ଷେପଣାସ୍ତ୍ର ଆକ୍ରମଣ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ଇସ୍ରାଏଲର ବାୟୁସେନା ମୁଖ୍ୟଙ୍କ ବାସଭବନକୁ ଟାର୍ଗେଟ୍ କରିଥିଲା। ଇରାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହଠାତ୍ କରାଯାଇଥିଲା ଆକ୍ରମଣ । ଆକ୍ରମଣ ପରେ ନେତାନ୍ୟାହୁଙ୍କ ଅବସ୍ଥା ସ୍ପଷ୍ଟ ନଥିବା ଆଇଆରଜିସି  କହିଛି।  ଅନ୍ୟପକ୍ଷରେ ଆକ୍ରମଣକୁ ଇସ୍ରାଏଲ ଅସ୍ୱୀକାର କରିଛି। 
ନେତାନ୍ୟାହୁଙ୍କ ଅଫିସ୍ ଉପରେ ଆକ୍ରମଣ
କ୍ଷେପଣାସ୍ତ୍ର ମାଡ଼ କରିଥିବା ଇରାନର ଦାବି 
ଇସ୍ରାଏଲ ବାୟୁସେନା ମୁଖ୍ୟଙ୍କ ବାସଭବନକୁ ମଧ୍ୟ ଟାର୍ଗେଟ୍
ନେତାନ୍ୟାହୁଙ୍କ ଅବସ୍ଥା ସ୍ପଷ୍ଟ ନଥିବା ଆଇଆରଜିସିର ସୂଚନା
ଆଇଆରଜିସିର ଆକ୍ରମଣ ଦାବିକୁ ଇସ୍ରାଏଲ କଲା ଅସ୍ୱୀକାର