ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ

Advertisment

ଏ ହେଉଛି ଇରାନୀ ଆତ୍ମଘାତୀ ଡ୍ରୋନ୍ 'ଶାହେଦ୍'। ଗୋଟିଏ ଡ୍ରୋନ୍ ପାଇଁ ଖର୍ଚ୍ଚ ହୁଏ ମାତ୍ର ୨୦ ହଜାରରୁ ୫୦ ହଜାର ଡଲାର୍ । ଏଭଳି ବିସ୍ଫୋରକ ଡ୍ରୋନକୁ ଏକାଥରେ ଶହ ଶହ ସଂଖ୍ୟାରେ ଦାଗୀ ଦେଉଛି ଇରାନ୍ । ଅନ୍ୟପକ୍ଷରେ ୨୦ ହଜାର ଡଲାର୍‌ର ଡ୍ରୋନ୍ ନଷ୍ଟ କରିବାକୁ ଆମେରିକାକୁ ଛାଡ଼ିବାକୁ ପଡ଼ୁଛି ୪୦ ଲକ୍ଷ ଡଲାରର ରକେଟ୍ ଓ ମିଜାଇଲ୍ ।

ଏ ହେଉଛି ଇରାନୀ ଆତ୍ମଘାତୀ ଡ୍ରୋନ୍ 'ଶାହେଦ୍'। ଗୋଟିଏ ଡ୍ରୋନ୍ ପାଇଁ ଖର୍ଚ୍ଚ ହୁଏ ମାତ୍ର ୨୦ ହଜାରରୁ ୫୦ ହଜାର ଡଲାର୍ । ଏଭଳି ବିସ୍ଫୋରକ ଡ୍ରୋନକୁ ଏକାଥରେ ଶହ ଶହ ସଂଖ୍ୟାରେ ଦାଗୀ ଦେଉଛି ଇରାନ୍ । ଅନ୍ୟପକ୍ଷରେ ୨୦ ହଜାର ଡଲାର୍‌ର ଡ୍ରୋନ୍ ନଷ୍ଟ କରିବାକୁ ଆମେରିକାକୁ ଛାଡ଼ିବାକୁ ପଡ଼ୁଛି ୪୦ ଲକ୍ଷ ଡଲାରର ରକେଟ୍ ଓ ମିଜାଇଲ୍ ।

A10

କନକ ବ୍ୟୁରୋ : ସପ୍ତମ ଦିନରେ ଯୁଦ୍ଧ । ହେଲେ ମୁଣ୍ଡ ନଇଁବାର ନାଁ ଧରୁନି ଇରାନ୍ । ଆମେରିକା ଓ ଇସ୍ରାଏଲ ବି ନଛୋଡ଼ବନ୍ଦା । ମହାଶକ୍ତି ଆମେରିକା ତୁଳନାରେ ଇରାନର ଶକ୍ତି ସୀମିତ ଏବଂ ଅସ୍ତ୍ରଭଣ୍ଡାର ବି ଦୁର୍ବଳ । ତଥାପି ନିଜ ବୁଦ୍ଧି ବଳରେ ଲଢ଼େଇ ଜାରି ରଖିବାକୁ ଚାହୁଁଛି ଇରାନ୍ । ଆମେରିକାର ମୁଣ୍ଡବିନ୍ଧା ସାଜିଲାଣି ଶସ୍ତା ଡ୍ରୋନ୍ । ଏପଟେ ରୁଷଠୁ ତେଲ କିଣାକୁ ନେଇ ପୁଣି ଆମେରିକା ଭାରତ ଉପରେ ବଡ଼ଭାଇପଣିଆ ଦେଖାଇବାକୁ ଚେଷ୍ଟା କରିଛି ।

ଏ ହେଉଛି ଇରାନୀ ଆତ୍ମଘାତୀ ଡ୍ରୋନ୍ 'ଶାହେଦ୍'। ଗୋଟିଏ ଡ୍ରୋନ୍ ପାଇଁ ଖର୍ଚ୍ଚ ହୁଏ ମାତ୍ର ୨୦ ହଜାରରୁ ୫୦ ହଜାର ଡଲାର୍ । ଏଭଳି ବିସ୍ଫୋରକ ଡ୍ରୋନକୁ ଏକାଥରେ ଶହ ଶହ ସଂଖ୍ୟାରେ ଦାଗୀ ଦେଉଛି ଇରାନ୍ । ଅନ୍ୟପକ୍ଷରେ ୨୦ ହଜାର ଡଲାର୍‌ର ଡ୍ରୋନ୍ ନଷ୍ଟ କରିବାକୁ ଆମେରିକାକୁ ଛାଡ଼ିବାକୁ ପଡ଼ୁଛି ୪୦ ଲକ୍ଷ ଡଲାରର ରକେଟ୍ ଓ ମିଜାଇଲ୍ । ୭ ଦିନ ଯୁଦ୍ଧରେ ୨ ହଜାରରୁ ଅଧିକ ଶାହେଦ୍ ଡ୍ରୋନ୍ ଛାଡ଼ିସାରିଲାଣି ଇରାନ୍ । ଯାହାର ମୁକାବିଲା ପାଇଁ ଆମେରିକାକୁ ପ୍ରତିଦିନ ଖର୍ଚ୍ଚ କରିବାକୁ ପଡୁଛି ପ୍ରାୟ ୧୦୦ କୋଟି ଡଲାର୍। ସ୍ଥିତି ଏପରି ହେଲାଣି ଯେ, ଡ୍ରୋନ୍‌ର ମୁକାବିଲା ପାଇଁ ୟୁକ୍ରେନ୍‌ର ସହାୟତା ଲୋଡ଼ିଛି ଆମେରିକା । ୟୁକ୍ରେନ ରାଷ୍ଟ୍ରପତି ଏହି ସୂଚନା ଦେଇଛନ୍ତି । କାମିକାଜି ଡ୍ରୋନ୍‌ ସହ ଏମିତି ମିସାଇଲ ବି ଛାଡ଼ୁଛି ଇରାନ୍ । ଏ ହେଉଛି ଖୋରାମସହର କ୍ଷେପଣାସ୍ତ୍ର, ଯାହାକି ଆକାଶମାର୍ଗରେ ୮୦ଟି ଛୋଟ ଛୋଟ ବୋମାରେ ପରିଣତ ହେଉଛି, ଆଉ ଆମେରିକୀୟ ସାମରିକ ଘାଟିରେ ଧ୍ୱଂସଲୀଳା ରଚୁଛି । ଆଉ ଏକ ରୋଚର ରଣନୀତି  । ଶତ୍ରୁକୁ ଚକମା ଦେବା ପାଇଁ, ବିଭିନ୍ନ ସ୍ଥାନରେ ଏଭଳି ହେଲିକପ୍ଟର ଓ ଲଢ଼ୁଆ ବିମାନର ଚିତ୍ର ଆଙ୍କିଛି ଇରାନ୍ । ଯାହାକୁ ସତ ଭାବି ଲକ୍ଷ୍ୟଭେଦ କରୁଥିବାରୁ, ବ୍ୟର୍ଥ ଯାଉଛି ଆମେରିକା ଓ ଇସ୍ରାଏଲର ଦାମି ମିସାଇଲ ।

ଅଧିକ ପଢ଼ନ୍ତୁ : ୧୦୦ ଘଣ୍ଟାର ଯୁଦ୍ଧ, ୩୧ ହଜାର କୋଟିର ଖର୍ଚ୍ଚ: ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ମହାସମର

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ସାରା ବିଶ୍ୱରେ ତୈଳ ସଂକଟ ଆଶଙ୍କା ସୃଷ୍ଟି କରିଥିବା ବେଳେ, ବିବାଦୀୟ ବିବୃତି ରଖିଛି ଆମେରିକା । ଜାହାଜରେ ଅଟକିଥିବା ରୁଷୀୟ ତୈଳ ୩୦ ଦିନ ଯାଏଁ ଭାରତ କିଣିପାରିବ ବୋଲି କହିଛି । ତେବେ ପ୍ରଶ୍ନ ଉଠିଛି, ଆମେରିକା ଭାରତକୁ ଅନୁମତି ଦେବାକୁ କିଏ? କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି, ଆମେରିକାର ବ୍ଲାକ୍‌ମେଲ କେବେ ଯାଏଁ ଚାଲିବ ବୋଲି ପଚାରିଛି କଂଗ୍ରେସ ।ଯୁଦ୍ଧ ୭ ଦିନ ହେଲା ବଢ଼ି ବଢ଼ି ଚାଲିଥିବା ବେଳେ, ଆଜି ଦୁବାଇବାସୀଙ୍କୁ ମିସାଇଲ ଆକ୍ରମଣ ଆଶଙ୍କାରେ ଘରୁ ବାହାରିବାକୁ ବାରଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe