ଆକ୍ରମଣ ପାଇଁ ପଡ଼ୋଶୀ ଦେଶଙ୍କୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି

Advertisment

ଆକ୍ରମଣ ପାଇଁ ପଡ଼ୋଶୀ ଦେଶଙ୍କୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି ତେହେରାନ, ୭/୩ ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବା ବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି

ଆକ୍ରମଣ ପାଇଁ ପଡ଼ୋଶୀ ଦେଶଙ୍କୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି ତେହେରାନ, ୭/୩ ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବା ବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି

07bbs_20_07032026_111

Photograph: (kanaknews)

କନକବ୍ୟୁରୋ : ଆକ୍ରମଣ ପାଇଁ ପଡ଼ୋଶୀ ଦେଶଙ୍କୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି ତେହେରାନ, ୭/୩ ଇରାନ ଉପରେ ଗତ ଶନିବାରଠାରୁ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଜାରି ରଖିଥିବା ବେଳେ ଇରାନ ମଧ୍ୟ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଇରାନ ଇସ୍ରାଏଲ ଉପ‌ରେ ସିଧାସଳଖ ଆକ୍ରମଣ କରୁଥିବାବେଳେ ପଶ୍ଚିମ ଏସିଆରେ ଥିବା ଆମେରିକାର ସାମରିକ ଘାଟି ଉପରେ ଜୋରଦାର ଆକ୍ରମଣ କରୁଛି। ଇରାନର ଆକ୍ରମଣରେ ମଧ୍ୟପ୍ରାଚ୍ୟରେ ଏହାର ପଡ଼ୋଶୀ ଦେଶମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଇରାନ କର୍ତ୍ତୃପକ୍ଷ ଏହି ଆକ୍ରମଣକୁ ୱାସିଂଟନ ଏବଂ ତେଲ ଅଭିଭର ଆକ୍ରମଣ ବିରୋଧରେ ପ୍ରତିଶୋଧମୂଳକ ପଦକ୍ଷେପ ଭାବରେ ପ୍ରସ୍ତୁତ କରିଛନ୍ତି ।

ଅଧିକ ପଢନ୍ତୁ... ପାକିସ୍ତାନରେ ‘ଟିଟିପି’ର ବଡ଼ ଧରଣର ରକ୍ତପାତ ପାଇଁ ପ୍ରସ୍ତୁତି :'ଅପରେସନ୍ ଖାଇବର'ଘୋଷଣା ସହ ୨୪ ଘଣ୍ଟାରେ ୩୧ଟି ଆକ୍ରମଣ

ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ପଡ଼ୋଶୀ ଦେଶମାନଙ୍କୁ ଆକ୍ରମଣ ପାଇଁ କ୍ଷମା ମାଗିଛନ୍ତି। ଶନିବାର ଇରାନର ସରକାରୀ ‌ଟେଲିଭିଜନରେ ପ୍ରସାରିତ ଏହି ଭାଷଣ ପୂର୍ବରୁ ରେକର୍ଡ଼ କରାଯାଇଥିଲା। ଏଥିରେ ପେଜେସ୍କିଆନ କହିଛନ୍ତି, ତେହେରାନ ଅନ୍ୟ ଦେଶ ଉପରେ ଆକ୍ରମଣ କରିବାକୁ କୌଣସି ଉଦ୍ଦେଶ୍ୟ ପୋଷଣ କରେ ନାହିଁ। ସେ ଆହୁରି କହିଛନ୍ତି, ଦେଶର ଅସ୍ଥାୟୀ ନେତୃତ୍ୱ ପରିଷଦ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛି। ଯଦି ଇରାନ ଉପରେ ସିଧାସଳଖ ସେମାନଙ୍କ ଦ୍ୱାରା ଆକ୍ରମଣ କରାନଯାଏ ତେବେ ତେହେରାନ ପଡ଼ୋଶୀ ଦେଶଙ୍କ ଉପରେ ଆକ୍ରମଣ କରିବ ନାହିଁ। ।

ସେହିପରି ଆମେରିକା ଆଗରେ ଆତ୍ମସମର୍ପଣ କଥାକୁ ଇରାନ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ପେଜେସ୍କିଆନ କହିଛନ୍ତି, ସେମାନେ ଆମର ନିଃସର୍ତ୍ତ ଆତ୍ମସମର୍ପଣର ସ୍ୱପ୍ନକୁ କବର ପର୍ଯ୍ୟନ୍ତ ନେଇପାରିବେ। ଇରାନ ରାଷ୍ଟ୍ରପତିଙ୍କ ଏହି ବିବୃତି କ୍ରମାଗତ ଆଞ୍ଚଳିକ ସଂଘର୍ଷ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଦୃଢ଼ ମନୋଭାବ ବଜାୟ ରଖି ପଡ଼ୋଶୀ ଦେଶମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ତେହେରାନର ପ୍ରୟାସକୁ ସଙ୍କେତ ଦେଉଛି । 


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe