କନକ ବ୍ୟୁରୋ: ନବମ ଦିନରେ ଜାରି ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛନ୍ତି । ଦୁଇ ଦେଶରେ ଅନେକ କ୍ଷତି ହୋଇଛି । ଯୁଦ୍ଧରେ ଶହଶହ ଲୋକ ପ୍ରାଣ ହରାଇଛନ୍ତି । ଇରାନର କୋମ୍ ଏବଂ ଇସ୍ଫାହାନ୍ ସହର ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି ।

Advertisment

ଯୁଦ୍ଧର ଅଷ୍ଟମ ଦିନରେ ଇସ୍ରାଏଲରେ ୨୪ ଜଣ ପ୍ରାଣ ହରାଇଛନ୍ତି । ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ଆକ୍ରମଣରେ  ଇରାନରେ ୬୫୭ ଜଣଙ୍କ ଜୀବନ ଯାଇଛି । ୨ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ୬୦ ଘଣ୍ଟା ଧରି ଇରାନରେ ଇଣ୍ଟରନେଟ୍ ସେବା ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଏହି ସୂଚନା ଦେଇଛି ।