କନକ ବ୍ୟୁରୋ :ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ଇରାନର ସର୍ବୋଚ୍ଚ ସୁରକ୍ଷା ଅଧିକାରୀ ଅଲି ଲାରିଜାନି ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଯେ ତାଙ୍କୁ ତାଙ୍କ ଅପରାଧ ପାଇଁ ବହୁତ ମୂଲ୍ୟ ଦେବାକୁ ପଡିବ ଏବଂ ଇରାନ ପ୍ରତିଶୋଧ ନ ନେବା ପର୍ୟ୍ୟନ୍ତ ଚୁପ ବସିବ ନାହିଁ।
ଅଧିକ ପଢ଼ନ୍ତୁ :ରାଇସିନା ହିଲରୁ ତୋପ ଫୁଟାଇ ଇରାନ ସପକ୍ଷରେ ସ୍ଲୋଗାନ ଦେବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ
ଇରାନୀ ଗଣମାଧ୍ୟମ ସହିତ ଏକ ସାକ୍ଷାତକାରରେ, ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ସ୍ପଷ୍ଟ ଭାବରେ କହିଛନ୍ତି, ଟ୍ରମ୍ପଙ୍କୁ ତାଙ୍କ କାର୍ୟ୍ୟ ପାଇଁ ଦଣ୍ଡ ଦିଆଯିବ। ଆମେରିକା ଇରାନର ସର୍ବୋଚ୍ଚ ନେତା ଓ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଛି, ଯାହାକୁ କୌଣସି ମୂଲ୍ୟରେ କ୍ଷମା କରାଯିବ ନାହିଁ। ଟ୍ରମ୍ପଙ୍କୁ "ଘୃଣ୍ୟ ବ୍ୟକ୍ତି" ବୋଲି କହି ଲାରିଜାନି କହିଛନ୍ତି ସେ ଇରାନର ହୃଦୟରେ ଏକ କ୍ଷତ ସୃଷ୍ଟି କରିଛନ୍ତି ଯାହା କେବେବି ଶୁଖିବ ନାହିଁ। ଇରାନ ଆଉ ଆମେରିକାର କୌଣସି ଅହଂକାରୀ ଓ ଆକ୍ରମଣାତ୍ମକ ଆଚରଣକୁ ସହ୍ୟ କରିବ ନାହିଁ ଏବଂ ପ୍ରତିଶୋଧ ନ ନେବା ପର୍ୟ୍ୟନ୍ତ ବିଶ୍ରାମ ନେବ ନାହିଁ। ଅଲି ଲାରିଜାନି ମଧ୍ୟ ଇରାନର ପଡ଼ୋଶୀମାନଙ୍କୁ ଏକ କଡ଼ା ବାର୍ତ୍ତା ପଠାଇଛନ୍ତି। ଯଦି କୌଣସି ଆଞ୍ଚଳିକ ଦେଶ ଆମେରିକାକୁ ଇରାନ ଉପରେ ଆକ୍ରମଣ କରିବା ପାଇଁ ତା''ର ଅଞ୍ଚଳ ବ୍ୟବହାର କରିବାକୁ ଅନୁମତି ଦିଏ, ତେବେ ଇରାନ ପ୍ରତିଆକ୍ରମଣ କରିବାକୁ ପଛଘୁଞ୍ଚା ଦେବନି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/a4-2026-03-08-18-24-04.jpg)