ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିବ ଇରାନ । ମାଡ଼ କରିବ ୪ହଜାରରୁ ଉର୍ଦ୍ଧ୍ବ ଘାତକ ମିସାଇଲ

Advertisment

ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇରାନ ଓ ଇସ୍ରାଏଲ । ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ।

ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇରାନ ଓ ଇସ୍ରାଏଲ । ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ।

Iran

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘମାଘୋଟ ହେଉଛି ଯୁଦ୍ଧ ସ୍ଥିତି, ସୁଯୋଗ ପାଇବା ମାତ୍ରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଇରାନ ଓ ଇସ୍ରାଏଲ । ପୂର୍ବ ମିଶାଇଲ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ୨୬ ତାରିଖରେ ଇରାନର ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ବଡ଼ ଯୋଜନା କରିଥିବା ଆମେରିକାକୁ ଗୁପ୍ତ ସୂଚନା ମିଳିଛି । ୪ହଜାରରୁ ଉର୍ଦ୍ଧ୍ବ କ୍ଷେପଣାସ୍ତ୍ରରେ ଇସ୍ରାଏଲର ପ୍ରମୁଖ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଇରାନ ଯୋଜନା କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି । 

ପୁଣିଥରେ ସୁଯୋଗ ଦେଖି ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଏଥିପାଇଁ ଆମେରିକାରୁ ଅତ୍ୟାଧୁନିକ ଓ ବିଧ୍ବଂସକ ଅସ୍ତ୍ରଶସ୍ତ୍ର ମଗାଇଛନ୍ତି ନେତାନ୍ୟାହୁ ପ୍ରଶାସନ । 

ଇସ୍ରାଏଲର ବଳ ବଢାଉଛି ଆମେରିକା
•    ଖୁବଶୀଘ୍ର ଇସ୍ରାଏଲରେ ପହଁଚିବ ଆମେରିକାର ଜିବିୟୁ-୪୩/ବି ବୋମା
•    ଏହାକୁ ଆମେରିକାର ମଦର ଅଫ୍ ଅଲ୍ ବମ୍ ମଧ୍ୟ କୁହାଯାଏ
•    ବୋମାର ଓଜନ ୯ହଜାର ୮୦୦ କିଲୋଗ୍ରାମ
•    ଜିପିଏସ ମାଧ୍ୟରେ ଏହା ଟାର୍ଗେଟକୁ ହିଟ୍ କରିଥାଏ
•    ହର୍କ୍ୟୁଲସ୍ କାର୍ଗୋ ବିମାନ ଜରିଆରେ ଏହି ବୋମାକୁ ନିକ୍ଷେପ କରାଯିବ
•    ଏଥିପାଇଁ ଇସ୍ରାଏଲକୁ ଇରାନର ବାୟୁସୀମାକୁ ପ୍ରବେଶ କରିବାକୁ ହେବ
•    ଏହା ବ୍ୟତୀତ ଇସ୍ରାଏଲକୁ ଜିବିୟୁ-୫୭ ବୋମା ଦେଉଛି ଆମେରିକା
•    ଜିବିୟୁ-୫୭ ଏକ ବଙ୍କର୍ ବ୍ଲଷ୍ଟର୍ ବୋମା

ଯଦି ଇରାନ ୪ହଜାର ମିଶାଇଲ ସହ ଆକ୍ରମଣ କରେ ତେବେ ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ ।  ସେପଟେ ଇସ୍ରାଏଲକୁ ମହାଶକ୍ତି ଆମେରିକାର ସାମରିକ ସମର୍ଥନ ଏହି ଲଢେଇକୁ ବିଶ୍ବଯୁଦ୍ଧ ମୁହାଁ କରାଇବ ବୋଲି ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe