ହର୍ମୁଜ ପ୍ରଣାଳୀରେ ସୟାଦ-୩ଜି କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଇରାନ: ବଢ଼ିଲା ଉତ୍ତେଜନା

Advertisment

ଇରାନ ହର୍ମୁଜ ପ୍ରଣାଳୀରେ ନିଜର ସୟଦ-୩ଜି କ୍ଷେପଣାସ୍ତ୍ର ପରୀକ୍ଷଣ କରି ସାରା ବିଶ୍ୱରେ ଆଳୋଡ଼ନ ସୃଷ୍ଟି କରିଛି । ସ୍ମାର୍ଟ କଣ୍ଟ୍ରୋଲ ଅଫ୍ ଦି ହର୍ମୁଜ ପ୍ରଣାଳୀରେ ସାମରିକ ଅଭ୍ୟାସର ଅଂଶ ଭାବରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ନୌସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଛି । 

ଇରାନ ହର୍ମୁଜ ପ୍ରଣାଳୀରେ ନିଜର ସୟଦ-୩ଜି କ୍ଷେପଣାସ୍ତ୍ର ପରୀକ୍ଷଣ କରି ସାରା ବିଶ୍ୱରେ ଆଳୋଡ଼ନ ସୃଷ୍ଟି କରିଛି । ସ୍ମାର୍ଟ କଣ୍ଟ୍ରୋଲ ଅଫ୍ ଦି ହର୍ମୁଜ ପ୍ରଣାଳୀରେ ସାମରିକ ଅଭ୍ୟାସର ଅଂଶ ଭାବରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ନୌସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଛି । 

22bbs_19_22022026_111

Photograph: (kanaknews)

କନକବ୍ୟୁରୋ : ଇରାନ ହର୍ମୁଜ ପ୍ରଣାଳୀରେ ନିଜର ସୟଦ-୩ଜି କ୍ଷେପଣାସ୍ତ୍ର ପରୀକ୍ଷଣ କରି ସାରା ବିଶ୍ୱରେ ଆଳୋଡ଼ନ ସୃଷ୍ଟି କରିଛି । ସ୍ମାର୍ଟ କଣ୍ଟ୍ରୋଲ ଅଫ୍ ଦି ହର୍ମୁଜ ପ୍ରଣାଳୀରେ ସାମରିକ ଅଭ୍ୟାସର ଅଂଶ ଭାବରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ନୌସେନା ଦ୍ୱାରା ଏହି ପରୀକ୍ଷଣ କରାଯାଇଛି ।  ସୟଦ-୩ଜି କ୍ଷେପଣାସ୍ତ୍ରକୁ ସହିଦ ସୋଲେମାନି-ଶ୍ରେଣୀର ତୃତୀୟ ଜାହାଜ ସହିଦ ସୟଦ ଶିରାଜି ଯୁଦ୍ଧଜାହାଜରୁ ଉତ୍‌କ୍ଷେପଣ କରାଯାଇଛି ।

ଜାହାଜଟି ଜେନେରାଲ କାସେମ ସୋଲେମାନୀଙ୍କ ନାମରେ ନାମିତ ହୋଇଛି । ଜେନେରାଲ କାସେମଙ୍କୁ ୨୦୨୦ ମସିହାରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ହତ୍ୟା କରାଯାଇଥିଲା ।  ଏହି କ୍ଷେପଣାସ୍ତ୍ରଟି ସୟାଦ-୩ ର ଏକ ନୌସେନା ସଂସ୍କରଣ। ଏଥିରେ ଏକ ଭୂଲମ୍ବ ଲଞ୍ଚ ସିଷ୍ଟମ (ଭିଏଲ୍‌ଏସ୍‌) ରହିଛି । 

ସୟାଦ-୩ଜି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୫୦ କିଲୋମିଟର । ଏହାକୁ ଆକାଶରୁ ଆକାଶ ଲକ୍ଷ୍ୟଭେଦ ପାଇଁ ସକ୍ଷମ। ଏହା ଲଢୁଆ ବିମାନ, ଡ୍ରୋନ୍, ପାଟ୍ରୋଲ ବିମାନ ଓ କିଛି କ୍ରୁଜ୍ କ୍ଷେପଣାସ୍ତ୍ରକୁ ଚିହ୍ନଟ ତଥା ନଷ୍ଟ କରିବାକୁ ସକ୍ଷମ। ସହିଦ ସୟାଦ ଶିରାଜି ଜାହାଜରେ ଛଅଟି ଭିଏଲ୍‌ଏସ୍‌ ସାଇଲୋ ବହନ କରାଥାଏ । ଏହା ଏକ ମୋବାଇଲ୍ ଏୟାର ଡିଫେନ୍ସ ହବ୍ ପାଲଟିଥାଏ। ସାଇଲୋ ଜାହାଜ ଚାରିପାଖରେ ୧୫୦ କିଲୋମିଟର ବାୟୁ ପ୍ରତିରକ୍ଷା ବବଲ୍ ସୃଷ୍ଟି କରି ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀରେ ଇରାନର ସାମୁଦ୍ରିକ ପ୍ରତିରକ୍ଷାକୁ ମଜବୁତ କରିଥାଏ ।

ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇରାନ ଓ ଆମେରିକା ତଥା ଏହାର ସହଯୋଗୀ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଇରାନ ଆମେରିକାକୁ ଚେତାବନୀ ଦେଇଛି, ଯଦି ଆମ ଅଞ୍ଚଳରେ କୌଣସି ଆକ୍ରମଣ କିମ୍ବା ଗୁଳିଚାଳନା ହୁଏ, ତେବେ ଏହା ଆମେରିକାର ବିରୋଧରେ ନିର୍ଣ୍ଣାୟକ କଡ଼ା ଦ୍ରୁତ ଜବାବ ଦେବ। ଆଇଆର୍‌ଜିସି ଅଧିକାରୀମାନେ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ସହିଦ ସୋଲେମାନି-ଶ୍ରେଣୀର ଜାହାଜ ପାଇଁ ଏକ ଦୃଢ଼ ଆଞ୍ଚଳିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପ୍ରଦାନ କରି ଇରାନର ସାମୁଦ୍ରିକ ରଣନୀତିକୁ ସୁଦୃଢ଼ କରିଥାଏ । 

ପରୀକ୍ଷଣ ଇରାନର ସାମରିକ କ୍ଷମତାକୁ ବୃଦ୍ଧି କରିଛି। ବିଶେଷକରି ଆମେରିକା ଏହି ଅଞ୍ଚଳରେ ସାମରିକ ବିକଳ୍ପଗୁଡ଼ିକୁ ବିଚାର କରୁଥିବାରୁ ଇରାନକୁ ନିଜର ସମୁଦ୍ର ପଥ ଉପରେ ଅଧିକ ପ୍ରଭାବଶାଳୀ ନିୟନ୍ତ୍ରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏହା ବିଶ୍ୱ ତୈଳ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଥ। ହର୍ମୁଜ୍ ପ୍ରଣାଳୀରେ ଇରାନର ସାମରିକ ପ୍ରଭାବ ଏବେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥିବା ବିଶେଷଜ୍ଞ କହିଛନ୍ତି। ଇରାନର ନୌସେନା ଅଧିକ ପ୍ରତିରକ୍ଷାମୂଳକ ହୋଇଛି। କ୍ଷେପଣାସ୍ତ୍ର ପରୀକ୍ଷଣ ଇରାନର ସାମରିକ ଶକ୍ତିକୁ ସୁଦୃଢ଼ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe