ଖାମେନେଇଙ୍କ ବିସ୍ଫୋରକ ବୟାନ : କହିଲେ, ଯୁଦ୍ଧରେ ଆମେ ଜିତିଲୁ, ଆମେରିକା ମୁହଁରେ ପଡ଼ିଲା ଶକ୍ତ ଚାପୁଡ଼ା

ଇସ୍ରାଏଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲା ଆମେରିକା କିନ୍ତୁ କିଛି ଲାଭ ହେଲାନି ।

ଖାମେନେଇଙ୍କ ବିସ୍ଫୋରକ ବୟାନ

ଖାମେନେଇଙ୍କ ବିସ୍ଫୋରକ ବୟାନ Photograph: (Google)

କନକ ବ୍ୟୁରୋ: ଇରାନର ସର୍ବଚ୍ଚୋ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ବିସ୍ଫୋରକ ବୟାନ । କହିଲେ ଯୁଦ୍ଧରେ ଆମେ ଜିତିଲୁ । ଏଥିସହିତ ଆମେରିକାକୁ କଡା ଜାବାବ ମଧ୍ୟ ଦେଇଛୁ । ଆମେରିକା ଇସ୍ରାଏଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ କିଛି ଲାଭ ହେଲାନି । ଅସ୍ତ୍ରବିରତି ପରେ ଖାମେନେଇଙ୍କ ଏହା ପ୍ରଥମ ବୟାନ ।   

ଆମେରିକା  କଣ ପାଇଁ ହସ୍ତକ୍ଷପ  କରିଲା ? ଖାମେନେଇ କହିଲେ କାରଣ 

ଇରାନର ଏକ ଗଣମାଧ୍ୟମକୁ ଖାମେନେଇ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି  ଆମେରିକା କେବଳ ଏଥିପାଇଁ ହସ୍ତକ୍ଷପ କରିଥିଲା  କାରଣ ଟ୍ରମ୍ପ ଜାଣିଥିଲେ ମୁଁ ଯଦି ହସ୍ତକ୍ଷପ ନକରୁଛି ଇସ୍ରାଏ ଧ୍ବଂଶ ହୋଇଯିବ । ହେଲେ ଏହି ଯୁଦ୍ଧରେ ଆମେରିକା କିଛି ଲାଭ ମିଳିଲାନି । ୧୩ ଜୁନ୍‌ ରୁ ଖାମେନେଇ ସାର୍ବଜନିନ ଭାବେ ନଜର ଆସିନଥିଲେ ସୁପ୍ରିମ ଲିଡର ଖାମେନେଇ ଯୁଦ୍ଧ ଆରମ୍ଭ ହେବା ଦିନଠୁ ସାର୍ବଜନିନ ଭାବେ ନଜର ଆସିନଥିଲେ । ଯୁଦ୍ଧର ଆରମ୍ଭ ଇସ୍ରାଏଲ ଦ୍ବାରା କରାଯାଇଥିଲା । ଏହି ସମୟରେ ଖାମେନେଇ ଗୁପ୍ତ ସ୍ଥାନରେ ରହିଥିଲେ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe