କନକ ବ୍ୟୁରୋ: ଇରାନର ସର୍ବଚ୍ଚୋ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ବିସ୍ଫୋରକ ବୟାନ । କହିଲେ ଯୁଦ୍ଧରେ ଆମେ ଜିତିଲୁ । ଏଥିସହିତ ଆମେରିକାକୁ କଡା ଜାବାବ ମଧ୍ୟ ଦେଇଛୁ । ଆମେରିକା ଇସ୍ରାଏଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ କିଛି ଲାଭ ହେଲାନି । ଅସ୍ତ୍ରବିରତି ପରେ ଖାମେନେଇଙ୍କ ଏହା ପ୍ରଥମ ବୟାନ ।
ଆମେରିକା କଣ ପାଇଁ ହସ୍ତକ୍ଷପ କରିଲା ? ଖାମେନେଇ କହିଲେ କାରଣ
ଇରାନର ଏକ ଗଣମାଧ୍ୟମକୁ ଖାମେନେଇ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଆମେରିକା କେବଳ ଏଥିପାଇଁ ହସ୍ତକ୍ଷପ କରିଥିଲା କାରଣ ଟ୍ରମ୍ପ ଜାଣିଥିଲେ ମୁଁ ଯଦି ହସ୍ତକ୍ଷପ ନକରୁଛି ଇସ୍ରାଏ ଧ୍ବଂଶ ହୋଇଯିବ । ହେଲେ ଏହି ଯୁଦ୍ଧରେ ଆମେରିକା କିଛି ଲାଭ ମିଳିଲାନି । ୧୩ ଜୁନ୍ ରୁ ଖାମେନେଇ ସାର୍ବଜନିନ ଭାବେ ନଜର ଆସିନଥିଲେ ସୁପ୍ରିମ ଲିଡର ଖାମେନେଇ ଯୁଦ୍ଧ ଆରମ୍ଭ ହେବା ଦିନଠୁ ସାର୍ବଜନିନ ଭାବେ ନଜର ଆସିନଥିଲେ । ଯୁଦ୍ଧର ଆରମ୍ଭ ଇସ୍ରାଏଲ ଦ୍ବାରା କରାଯାଇଥିଲା । ଏହି ସମୟରେ ଖାମେନେଇ ଗୁପ୍ତ ସ୍ଥାନରେ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/26/iran-supreme-leader-2025-06-26-19-11-02.jpg)