ଆମେରିକାକୁ ଇରାନର ନାଲିଆଖି, ଟ୍ରମ୍ପଙ୍କ ଆତ୍ମସମର୍ପଣ ପ୍ରସ୍ତାବକୁ ଖାମେନେଇଙ୍କ ଅଗ୍ରାହ୍ୟ

ଟ୍ରମ୍ପଙ୍କ ‘ନିଶ୍ଚିତ ଆତ୍ମସମର୍ପଣ’ ଦାବିକୁ ଖାରଜ କରି ଖାମେନେଇ କହିଛନ୍ତି ,ଇରାନ କେବେ ହାର ମାନିବ ନାହିଁ ଏବଂ ଆମେରିକାକୁ ଏହାର ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ।

fdfdfsfsfsdfds

କନକ ବ୍ୟୁରୋ :  ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ‘ନିଶ୍ଚିତ ଆତ୍ମସମର୍ପଣ’ ଦାବିକୁ ଖାରଜ କରି ଖାମେନେଇ କହିଛନ୍ତି ,ଇରାନ କେବେ ହାର ମାନିବ ନାହିଁ ଏବଂ ଆମେରିକାକୁ ଏହାର ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ । ଇସ୍ରାଏଲ ସହ ଚାଲିଥିବା ସଂଘର୍ଷ ମଧ୍ୟରେ ଇରାନର ଫତ୍ତାହ-୧ ହାଇପରସୋନିକ୍ ମିସାଇଲ ପ୍ରକ୍ଷେପଣ ପରେ ଏହି ବୟାନ ଆସିଛି । ଖାମେନେଇ କହିଛନ୍ତି, ଆମେରିକା ଓ ଇସ୍ରାଏଲର ଆକ୍ରମଣାତ୍ମକ ନୀତି ବିପକ୍ଷରେ ଇରାନ ଦୃଢ଼ ରହିବ ।  ଆମେ ଆତ୍ମରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe