ଇସ୍ରାଏଲକୁ ୧୫୧.୮ ମିଲିୟନ୍ ଡଲାରର ସାମରିକ ସହାୟତା ଘୋଷଣା କଲା ଆମେରିକା, ଥରି ଉଠିବ ଇରାନ !

Advertisment

ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଚରମ ସୀମାରେ ଥିବାବେଳେ, ଯୁଦ୍ଧ ମଇଦାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗ ଇସ୍ରାଏଲକୁ ପ୍ରାୟ ୧୫୧.୮ ମିଲିୟନ୍ ଡଲାରର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ସାମରିକ ସହାୟତା ପାଇଁ ମଞ୍ଜୁରୀ ଦେଇଛି ।

ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଚରମ ସୀମାରେ ଥିବାବେଳେ, ଯୁଦ୍ଧ ମଇଦାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗ ଇସ୍ରାଏଲକୁ ପ୍ରାୟ ୧୫୧.୮ ମିଲିୟନ୍ ଡଲାରର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ସାମରିକ ସହାୟତା ପାଇଁ ମଞ୍ଜୁରୀ ଦେଇଛି ।

military boost

military boost Photograph: (kanak news)

କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଚରମ ସୀମାରେ ଥିବାବେଳେ, ଯୁଦ୍ଧ ମଇଦାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ବୈଦେଶିକ ବିଭାଗ ଇସ୍ରାଏଲକୁ ପ୍ରାୟ ୧୫୧.୮ ମିଲିୟନ୍ ଡଲାରର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ସାମରିକ ସହାୟତା ପାଇଁ ମଞ୍ଜୁରୀ ଦେଇଛି ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି ଯେ, ବର୍ତ୍ତମାନର ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲକୁ ତୁରନ୍ତ ସାମରିକ ଉପକରଣ ଯୋଗାଇଦେବା ଆବଶ୍ୟକ। ଯୁଦ୍ଧ ଯୋଗୁଁ ଉଭୟ ପକ୍ଷରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଥିବାରୁ ଆମେରିକାର ଏହି ପଦକ୍ଷେପ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି ।

ଇସ୍ରାଏଲୀ ଗଣମାଧ୍ୟମ ଅନୁଯାୟୀ, ଏହି ସାମରିକ ସହାୟତା ପ୍ୟାକେଜରେ ଅନେକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ସାମିଲ ଅଛି। ସେଥିମଧ୍ୟରୁ ୧୨,୦୦୦ ‘ବିଏଲୟୁ-୧୧୦ଏ/ବି’ ବୋମା ଇସ୍ରାଏଲର ବାୟୁସେନା କ୍ଷମତାକୁ ବୃଦ୍ଧି କରିବ। ତେବେ ସୀମିତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଏହି ନୂତନ ସହାୟତା ଯୁଦ୍ଧର ଗତିପଥ ବଦଳାଇ ଦେଇପାରେ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe