ଇସ୍ରାଏଲ ଉପରେ ଇରାନର ଘନ ଘନ ଆକ୍ରମଣ, ୨୫୦ ରୁ ଅଧିକ ମୃତ, ଦେଶ ଛାଡୁଛନ୍ତି ନାଗରିକ

ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧମୂଳକ ମିସାଇଲ ଏବଂ ଡ୍ରୋନ ଆକ୍ରମଣର ଏକ ନୂଆ ପର୍ଯ୍ୟାୟ  ଆରମ୍ଭ କରିଛି, ଯାହା ତେଲ୍‌ ଅଭିଭ୍‌ ଏବଂ ହାଇଫା ସହରକୁ ଟାର୍ଗେଟ କରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନର ରିଭଲ୍ୟୁସନାରୀ ଗାର୍ଡସ୍ କହିଛନ୍ତି

attack 9

Photograph: (kanaknews)

କନକ ବ୍ୟୁରୋ : ଇରାନ ଇସ୍ରାଏଲ ଉପରେ ଆକ୍ରମଣକୁ ଜୋରଦାର କରିଛି । ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧମୂଳକ ମିସାଇଲ ଏବଂ ଡ୍ରୋନ ଆକ୍ରମଣର ଏକ ନୂଆ ପର୍ଯ୍ୟାୟ  ଆରମ୍ଭ କରିଛି, ଯାହା ତେଲ୍‌ ଅଭିଭ୍‌ ଏବଂ ହାଇଫା ସହରକୁ ଟାର୍ଗେଟ କରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନର ରିଭଲ୍ୟୁସନାରୀ ଗାର୍ଡସ୍ କହିଛନ୍ତି , ଏହି ଆକ୍ରମଣ ଇସ୍ରାଏଲର ପୂର୍ବ ଆକ୍ରମଣର ଜବାବ ଯେଉଁଥିରେ ଇରାନର ନ୍ୟୁକ୍ଲିୟର ଏବଂ ମିସାଇଲ ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ।

ଆକ୍ରମଣରେ ହାଇଫାରେ ଏକ ପାୱାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି ଏବଂ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଇରାନର ଆକ୍ରମଣର ମଧ୍ୟ ରାତ୍ରୀରେ ଜବାବ ଦେଇଛି ମୋସାଦ୍ । ଇସ୍ରାଏଲର ପ୍ରତିରକ୍ଷା ବିଭାଗ କହିଛି ,ଇରାନର ୧୦୦ରୁ ଅଧିକ ଡ୍ରୋନକୁ ଅଟକାଯାଇଛି କିନ୍ତୁ କିଛି ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି କ୍ଷୟକ୍ଷତି ଘଟାଇଛି। ଇସ୍ରାଏଲ ତେହେରାନରେ ଇରାନର ରାଷ୍ଟ୍ରୀୟ ଟେଲିଭିଜନ ଷ୍ଟେସନ ଉପରେ ଆକ୍ରମଣ କରିଛି ଏବଂ ସେହି ସମୟରେ ଖବର ପ୍ରସାରଣ କରାଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe