କନକ ବ୍ୟୁରୋ : ଉଗ୍ରରୂପ ନେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ଏବେ ହିଂସ୍ରରୂପ ଧାରଣ କରି ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଗାଜା ଓ ପାଲେଷ୍ଟାଇନ ଉପରେ ଯେଭଳି ଏକତରଫା ଆକ୍ରମଣ କରି ନିଜକୁ ବାଦଶାହା ଭାବୁଥିବା ଇସ୍ରାଏଲ କିନ୍ତୁ ଇରାନ ସାମ୍ନାରେ କଡ଼ା ଚ୍ୟାଲେଞ୍ଚର ସାମ୍ନା କରିବାକୁ ପଡୁଛି । ଇସ୍ରାଏଲର ପ୍ରତିଟି ଆକ୍ରମଣର ମୁହଁତୋଡ ଜବାବ ଦେଉଛି ଇରାନ । ଆଜି ଇସ୍ରାଏଲର ବିଭିନ୍ନ ହସ୍ପିଟାଲ ଉପରେ ଇରାନ ସେନା ମିସାଇଲ ମାଡ଼ କରିଛନ୍ତି ।  ଇସ୍ରାଏଲର ହସ୍ପିଟାଲ ଉପରେ ମିସାଇଲ୍ ମାଡ଼ କରିଛି ଇରାନ୍। ଆଜି ସକାଳେ ଇସ୍ରାଏଲର ୪ଟି ସ୍ଥାନରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି ଇରାନ । ବିସୋର୍ବା ସହରରେ ଥିବା ସୋରାକା ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ଇରାନର ଆକ୍ରମଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି ହସ୍ପିଟାଲ । ଇରାନର ମିସାଇଲ୍ ମାଡ଼ ପରେ ହସ୍ପିଟାଲର ପୂରା ଅଞ୍ଚଳ ଧୂଆଁମୟ ହୋଇଛି । ଲୋକେ ଏଣେତେଣେ ଦୌଡୁଥିବାର ଦେଖିବାକୁ ମିଳିଥିଲା। ହସ୍ପିଟାଲ ବ୍ୟତୀତ ତେଲ ଅବିବ୍, ରମତ୍ ଗାନ୍ ଓ ହୋଲୋନ ଉପରେ ଆକ୍ରମଣ କରିଛି ଇରାନ୍ ।