କନକ ବ୍ୟୁରୋ: ଇସ୍ରାଏଲ ଉପରେ ବୋମା ବର୍ଷା ପରେ ଭୟଭୀତ ଇରାନ । ଆତ୍ମରକ୍ଷା ପାଇଁ ଏଭଳି କରିଥିବା କହିଛି ଇରାନ । ହେଲେ ଉଭୟ ଓ ଇସ୍ରାଏଲ ଏବଂ ଆମେରିକା ଇରାନକୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି ଆଶା କରାଯାଉଛି । ଯଦି ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହୁଏ, ପରିସ୍ଥିତି ଭୟଙ୍କର ହେବ ବୋଲି ଇରାନ କହିଛି । ଆଜି ରାତିରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଛନ୍ତି ଆମେରିକା ଓ ଇସ୍ରାଏଲ ।
ଇରାନ ଉପରେ ମିଳିତ ଆକ୍ରମଣ କରିପାରନ୍ତି ଆମେରିକା ଓ ଇରାନ । ଏନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଇରାନ ସେନା ମୁଖ୍ୟ ବୁଧବାର କଥା ହୋଇଥିବା ସୂଚନା ମିଳିଛି । ଇରାନ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା ପୁରା ଇସ୍ରାଏଲକୁ ସମର୍ଥନ କରିବ ଏଥିରେ କୋଣସି ସନ୍ଦେହ ନାହିଁ । ନିଜେ ବାଇଡେନ ପ୍ରତି ମିନିଟରେ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଭୟଙ୍କର ସ୍ଥିତିକୁ ସମୀକ୍ଷା କରୁଛି ଆମେରିକା । ସୂଚନା ଅନସାରେ, ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସ କଲେ ନ୍ୟାଶନାଲ ସିକ୍ୟୁରିଟି ଟିମ ସହ ବୈଠକ କରିଛନ୍ତି ।
ଇରାନର ବାଲିଷ୍ଟିକ୍ ମିସାଇଲ ମାଡରେ ଥରହର ଇସ୍ରାଏଲ । ଇସ୍ରାଏଲ ସହର ଉପରେ ଶତାଧିକ ଅଧିକ ମିସାଇଲ ମାଡ଼ । ୧୦୨ଟି ଅଞ୍ଚଳକୁ ଟାର୍ଗେଟ କରି ଏହି ମିସାଇଲ ମାଡ଼ କରାଯାଛି । କ୍ୟାମେରାରେ କଏଦ ହୋଇଛି ମିସାଇଲ ଆକ୍ରମଣର ଚିତ୍ର । ଆକାଶରେ ଇରାନର ମିସାଇଲ ଓ ଇସ୍ରାଏଲର ଆଇରନ ଡୋମ୍ ସହ ଚାଲିଛି ଟକ୍କର । ଅନେକ ସ୍ଥାନରେ ମିସାଇଲ ଭୂମିରେ ପଡ଼ିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । କିଛି ଅଞ୍ଚଳରେ ମିସାଇଲ ମାଡ଼ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ ରାଷ୍ଟ୍ରପତିଙ୍କ ନିତ୍ୟାନେହୁଙ୍କ ଚେତାବନୀ ଦେଇ କହିଛନ୍ତି, ଇରାନ ବଡ ଭୁଲ ଭୁଲ କରିଛି ଏହାର ପରିଣାମ ଭୋଗିବ। ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକାର ସୁରକ୍ଷା ଟିମଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କମଳା ହାରିସଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ତେବେ ମିସାଇଲ ଆକ୍ରମଣ ପୂର୍ବରୁ ଇସ୍ରାଇଲ ଲୋକଙ୍କୁ ସତର୍କ କରିବା ସହ ସମସ୍ତ ନାଗରିକଙ୍କୁ ବଙ୍କର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ଆକ୍ରମଣରେ ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ସେପଟେ ଇସ୍ରାଏଲର ରାଜଧାନୀ ତେଲ ଅଭିବରେ ଅଜଣା ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ପରେ ନେତ୍ୟାନେହୁ କ୍ୟାବିନେଟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି । ଆମେରିକା ପକ୍ଷରୁ ମଧ୍ୟ ବୟାନ ଜାରି କରାଯାଇଛି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ଥିବା କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଲେବାନନରେ ଗ୍ରାଉଣ୍ଡ ଆଟାକ ପରେ ଇସ୍ରାଏଲକୁ ଇରାନ ପକ୍ଷରୁ ସତର୍କ କରାଯାଥିଲା । ଏବେ ଏହି ଆକ୍ରମଣ ପରେ ମହାଯୁଦ୍ଧ ନେଇ ଆଶଙ୍କା ବଢ଼ିଛି । ଇସ୍ରାଏଲ ବିପକ୍ଷରେ ଏକାଠି ହେବାକୁ ଇରାନ ପକ୍ଷରୁ ସମସ୍ତ ମୁସଲିମ ଦେଶମାନଙ୍କୁ ଆହ୍ବାନ କରାଯାଇଛି । ସେପଟେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି କରିଛି ଭାରତ। ଯୁଦ୍ଧ ଭୟ ଯୋଗୁ ଇରାନ, ଇରାକ, ଜୋର୍ଡାନ ବିମାନ ଚଳାଚଳ ଉପରେ କଟକଣା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/iU4UF3l3A6Wh7EtG7h39.jpg)